01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାଲିମେଳା ଗୁଟଖା ବ୍ୟବସାୟୀ ଜିଏସଟି ଠକି ଫାଇନ ଗଣିଲେ…


ମାଲକାନଗିରି(ସଖପ୍ର): ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ସଦରସ୍ଥିତ ବସ୍ ଷ୍ଟାଣ୍ଡଠାରେ ଆଜି ଜୟପୁର ବାଣିଜ୍ୟ କର ଏବଂ ଦ୍ରବ୍ୟ ସେବା କର ପ୍ରବର୍ତ୍ତନ ଏକକ ସଂସ୍ଥା ପକ୍ଷରୁ ଜିଏସଟି ବିଲ ନଥିବା ବେଆଇନ ଗୁଟୁଖା ଜବତ କରାଯାଇଛି। ମିଳିଥିବା ରିପୋର୍ଟ ମୁତାବିକ, ଗୁଟୁଖା ବ୍ୟବସାୟୀ ଟି. ମୁରଲୀଧର ପାତ୍ରଙ୍କଠାରେ ୧୦ ପ୍ୟାକେଟ ଗୁଟୁଖା ବସ୍ତା ରହିଥିବାବେଳେ ସେଥିରୁ ମାତ୍ର ୫ଟିର ଜିଏସଟି ବିଲ ରହିଥିଲା। ଏହି ଗୁଟୁଖାର ମୂଲ୍ୟ ୧୫ ହଜାର ଟଙ୍କା ହୋଇଥିବା ବେଳେ ମୁରଲୀଧର ଜିଏସଟି ବାବଦକୁ ୫୬ ହଜାର ୪୦୦ ଟଙ୍କା ଫାଇନ ଗଣିଥିଲେ। ଚଢ଼ଉ ସମୟରେ ଜୟପୁର ବିଭାଗର ସିଟି ଏବଂ ଜିଏସଟି ଡେପୁଟି କମିଶନର ପ୍ରାଣ ଶଙ୍କର ଦେବତା, ଆସିଷ୍ଟାଣ୍ଟ ଜିଏସଟି ଅଫିସର ନିରଞ୍ଜନ ବେହେରା ଓ ମାନସ ରଞ୍ଜନ ସେଠୀ ଉପସ୍ଥିତ ଥିଲେ। ତେବେ ବାଲିମେଳାର ବ୍ୟବସାୟୀମାନେ ଏପରି ଜିଏସଟି ବିଲ ନଦେଇ ବସ୍ତା ବସ୍ତା ଗୁଟୁଖା ପ୍ରତିଦିନ ବ୍ରହ୍ମପୁରରୁ ବାଲିମେଳା ବସ ଯୋଗେ ପରିବହନ କରୁଛନ୍ତି। ବେଆଇନ ଭାବେ ଗୁଟୁଖା ପରିବହନ ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନ ନୀରବ ରହିଛି। ତେଣୁ ଆଗାମୀ ଦିନରେ ଏନେଇ ଉଚିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *