ବାବା ଧବଳେଶ୍ବର କମିଟି ତରଫରୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ !

କେନ୍ଦୁଝର: ବର୍ତ୍ତମାନ ସାରା ବିଶ୍ବ ମାରାତ୍ମକ କରୋନା ସଂକ୍ରମଣ ରେ କବଳିତ ସେ ଭିତରୁ ବାଦ୍ ପଡିନି କେନ୍ଦୁଝର ଜିଲ୍ଲା ମଧ୍ୟ ! ସରକାର ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି ଆକ୍ରମଣ ! ସାବଧାନ ନ ହେଲେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇ ଜୀବନ ହାରିବା ସୁନିଶ୍ଚିତ । ବର୍ତ୍ତମାନ ପରିସ୍ଥିତି ର ମୁକାବିଲା ପାଇଁ ସରକାର ତଥା ପ୍ରସାଶନ ତରଫରୁ କରାଯାଇଥିବା ଲକ୍ ଡାଉନ୍ ବ୍ୟବସ୍ଥା ରେ ଗରିବ ଜନ ସାଧାରଣ ଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ବର୍ଗ ର ଲୋକ ମାନେ ଘରୁ ବାହାର କୁ ବାହାରି ପାରୁ ନାହାଁନ୍ତି ! ଏ ପରି ସ୍ଥିତି ରେ ବାବା ଧବଳେଶ୍ଵର କମିଟି ଉଚ୍ଚବାଲି, ଲୋକ ମାନଙ୍କର ସୁରକ୍ଷା ତଥା ସ୍ଥାନୀୟ ଅଞ୍ଚଳରେ ସୁସ୍ଥ ବାତାବରଣ ପ୍ରତିଷ୍ଠା ପାଇଁ କିଛି ଜନ ହିତକର ପଦକ୍ଷେପ ଚାଲୁ ରଖିଥିବା ଦେଖିବାକୁ ମିଳିଛି ! ତନ୍ମଧ୍ୟରୁ ସ୍ଥାନୀୟ ତଥା ପଡସି ଲୋକ ମାନଙ୍କୁ ଦୈନନ୍ଦିନ ମୈଳିକ ଆବଶ୍ୟକତା ଯଥା ଚାଉଳ ରାସନ୍ ସାମଗ୍ରୀ ଯୋଗାଇ ଦେବାପାଇଁ ଏକ ବହୁ ମୂଲ୍ୟ ପଦକ୍ଷେପ କମିଟି ଦ୍ବାରା ଚାଲୁ ରଖିଥିବା ଦେଖିବାକୁ ମିଳିଛି ! ସମ୍ପୃକ୍ତ କମିଟି ର ସଦସ୍ୟ ମାନେ ଗତ କାଲି ପୁଣି ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ହାଣ୍ଡି ଭଙ୍ଗା ଏବଂ ଜାମୁପାଣି ଗ୍ରାମ ରେ ଅନେକ ଅସହାୟ ଓ ରାସନ୍ କାର୍ଡ ନ ଥିବା ଭଳି ଲୋକଙ୍କୁ ସହାୟତା ର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି ! ବିଡିସି ର କାର୍ଯ୍ୟ କର୍ତ୍ତା ମାନେ ଗ୍ରାମ ମାନଙ୍କୁ ଯାଇ ଘର ଘର ବୁଲି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମାନ ଲୋକ ମାନଙ୍କୁ ବଣ୍ଟନ କରିଛନ୍ତି ! ବାବା ଧବଳେଶ୍ବର କମିଟି ର ଏହି ପରି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ଏକ ଉଦାହରଣ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି!