12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବହୁ ପୁରାତନ ବଟ ବୃକ୍ଷକୁ ଜବରଦସ୍ତ କାଟିଦେଲେ

ରାୟଗଡା (ସଖପ୍ର): ଜେକେପୁର କେସିଂପୁର ରାଜ୍ୟ ରାଜପଥ ଅଣ୍ଟାମୋଡା ରାସ୍ତା ପାର୍ଶ୍ଵ ରେ ଥିବା ଏକ ବହୁ ପୁରାତନ ବିଶାଳ କାୟ ବଟବୃକ୍ଷକୁ ସ୍ଥାନୀୟ ନିବାସୀ ଦୁଃଶାସନ ପଣ୍ଡା ଲୋକ ଲଗାଇ କାଟିବାର ଦେଖିବା ପରେ ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗକୁ ଜଣାଇଥିଲେ । ଜଙ୍ଗଲ ବିଭାଗର ଗାର୍ଡ ଆସି ଏହି ଗଛ କଟା କାମ ବନ୍ଦ କରିଥିଲେ । ସ୍ଥାନୀୟ ବାସୀଙ୍କ କହିବା ଅନୁଯାଇ ରାସ୍ତା କଡ଼ରେ ଏହି ଗଛ ବହୁ ବର୍ଷ ଧରିଅଛି । ଏହି ଗଛଟି ସରକାରୀ ଜାଗାରେ ରହିଛି କିନ୍ତୁ କିପରି ଦୁଃଶାସନ ପଣ୍ଡା ମୋର ଜାଗାରେ ଅଛି କହି ଗଛ କାଟୁଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ସରକାରୀ ଜାଗାହେଉ କିମ୍ବା ବେସରକାରୀ ଜାଗାରୁ ଗଛ କାଟିବା ନିୟମ ବାହାରେ ଓ ଜଙ୍ଗଲ ବିଭାଗର ବିନା ଅନୁମତିରେ ଶ୍ରୀ ପଣ୍ଡା କିପରି ଏହି ଗଛ କାଟୁଥିଲେ ବୋଲି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ସ୍ଥାନୀୟ ରେଞ୍ଜର କେସିଂପୁରକୁ ଦେଖା କରି ଗଛ କାଟିବା ପାଇଁ କହିଥିଲୁ ସେଥିପାଇଁ କାଟୁଛୁ ବୋଲି ପଣ୍ଡା ଜନସାଧାରଣଙ୍କୁ କହିଥିବାର ଜଣାପଡିଛି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *