12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବହୁ ଆଡ଼ମ୍ବରରେ ପ୍ରମୁଖ ପର୍ବ ଚିତାଲାଗି ଅମାବାସ୍ୟା ପାଳିତ


ଉମରକୋଟ ୦୮/୦୮(ସଖପ୍ର): ନବରଙ୍ଗପୁର ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ସମସ୍ତେ ଆଜି ଚିତା ଲାଗି ଅମାବାସ୍ୟା ଵା ଉଆଁସ ପରବ ପାଳିତ କରୁଛନ୍ତି। ଉମରକୋଟ ବ୍ଲକ ଭାମିନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଗୁଡା ଗ୍ରାମରେ ଗ୍ରାମ ରୋହିତ ପୂଜାରୀ ସିରା ଏକାଠି ହୋଇ ମାଟି ଦେବତାର ପୂଜା କରି ଚିତାଲାଗି ଅମାବାସ୍ୟା ପର୍ବ ପାଳନ କରୁଛନ୍ତି। ଏହା ଏକ ପ୍ରମୁଖ ପର୍ବ ଆଜି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଚିତାଲାଗି ପାଳନ ହେଉଥିବା ବେଳେ ଓଡ଼ିଶା ରାଜ୍ୟର ପୁରପଲ୍ଲୀରେ ମଧ୍ୟ ଖୁବ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ଅବସରରେ ଆମେ ପହଞ୍ଚିଥିଲୁ ଉମରକୋଟ ବ୍ଲକ, ଭାମିନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଗୁଡା ଗ୍ରାମରେ ଏବଂ ସେଠାରେ ଆମେ ଦେଖିବାକୁ ପାଇଲୁ ଗ୍ରାମର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ଗ୍ରାମର ଅନତି ଦୂରରେ ମାଟି ଦେବତା ଏବଂ ଗ୍ରାମର ସମସ୍ତ ଦେବଦେବୀଙ୍କୁ ଶୁଭ ମନାସି ଚିତାଲାଗି ପୂଜା କରିଥିଲେ । ଗ୍ରାମର କଟୁଆଳଙ୍କ ସୂଚନା ଅନୁଯାୟୀ ଗ୍ରାମର ଗାଈଆଳ ଅମାବାସ୍ୟାର ପୂର୍ବଦିନ ଜଙ୍ଗଲରୁ କିଛି ଔଷଧିୟ ବୃକ୍ଷର ଚେର ସଂଗ୍ରହ କରି ଘରକୁ ଆଣି ଏକ ନୁଆ ହାଣ୍ଡିରେ ସିଝେଇଥାନ୍ତି ଏବଂ ଅମାବାସ୍ୟା ଦିନ ପାହାନ୍ତିଆ ସମୟରେ ଉକ୍ତ ହାଣ୍ଡିକୁ ଗ୍ରାମର ଅନତି ଦୂରରେ ରଖି ଗ୍ରାମର ସମସ୍ତ ଜନସାଧାରଣଙ୍କ ଉପସ୍ଥିତିରେ ପୂଜା କରାଯାଇଥାଏ। ପୂଜା ସମୟରେ ଗ୍ରାମର ଇଷ୍ଟ ଦେବଦେବୀଙ୍କୁ ଶୁଭ ମନାସି ଗ୍ରାମରୁ ରୋଗ ବୈରାଗ ଦୂର ହେବା ସହ ଚାଷବାସରେ କୀଟ ପତଙ୍ଗ ନଲାଗିବା ଏବଂ ଭଲ ବର୍ଷା ହେଉ ବୋଲି ଆଶୀର୍ବାଦ ମଗାଯାଇଥାଏ । ପୂଜା ସରିବାପରେ ନୁଆ ହାଣ୍ଡିରେ ଥିବା ଚେରିମୂଳୀକୁ ଗ୍ରାମର ସମସ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ଉକ୍ତ ଚେରିମୂଳୀ ରସକୁ ଗାଈ ଗୋରୁଙ୍କୁ ଖୁଆଇବା ସହ ଲୋକମାନେ ମଧ୍ୟ ଟିକେ ଟିକେ ପିଇଥାନ୍ତି । ଏହି ଚେରିମୁଳି ରସ ପିଇବା ଦ୍ୱାରା ବଡ଼ ବଡ଼ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୂଜା କାର୍ଯ୍ୟ ସରିବା ପରେ ଗ୍ରାମର ସମସ୍ତଙ୍କ ଘରେ ପିଠା ପଣା କରାଯାଇଥାଏ। ଏହି ପରମ୍ପରା ଆଦିମ କାଳରୁ ଚାଲି ଆସିଥିବା ଡ଼ଙ୍ଗରିଗୁଡ଼ା ଗ୍ରାମର ମାଟି ଦେବତା ପୂଜାରୀ ସୂଚନା ଦେଇଛନ୍ତି ।

ଉମରକୋଟ ପ୍ରତିନିଧି ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *