ବହୁତ ଦିନ ପରେ ଯୋଡ଼ାମ୍ବୋରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ
ମାଲକାନଗିରି (ସ. ଖ. ପ୍ର ): ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣାଙ୍କ ପରେ ତଥା ବହୁବର୍ଷ ପରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଯୋଡ଼ାମ୍ବୋ ପଂଚାୟତରେ ପ୍ରଥମ କରି ଏକା ଥରକୁ ଜିଲ୍ଲାପାଳ ମନିଷ୍ ଅଗ୍ରୱାଲ୍, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖୀଲ୍ଲାରୀ ଓ ଅନ୍ୟାନ୍ୟ ଅଧିକାରୀ ଗଣ ପହଞ୍ଚି ଥିଲେ। ସ୍ୱାଭିମାନ ଅଂଚଳର ଜୋଡମ୍ବୋ ପଂଚାୟତ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ଚାଲିଥିବା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ଗୁରୁପ୍ରିୟା ସେତୁ ର୍ନିମାଣ ହେବାଦ୍ୱାରା ବିଛିନ୍ନାଂଚଳ କୁହାଯାଉଥିବା ଅଂଚଳକୁ ଜିଲ୍ଲା ପ୍ରଶାସନ ସ୍ୱାଭିମାନ ଅଂଚଳ ଭାବେ ଗଠନ କରି ତ୍ୱରାନ୍ୱିତ ଭାବେ ଅଂଚଳର ପୂର୍ଣ୍ଣ ବିକାଶ ପାଇଁ ପ୍ରଶାସନ ଲାଗିପଡିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଅନ୍ୟ ପଂଚାୟତ ଗୁଡିକର ପୂର୍ଣ୍ଣ ବିକାଶ ଆଉ କେତେ ଦିନ ଲାଗିବ ଦେଖିବାକୁ ବାକି ରହିଲା |