ବହି ଗୋଦାମ ସ୍ଥାନରେ ମହୁଲ ଗୋଦାମ…

ମାଲକାନଗିରି (ସଖପ୍ର):ବିଦ୍ୟାଳୟ ହେଉଛି ମନ୍ଦିର |କିନ୍ତୁ କେତେକ ସ୍ୱାର୍ଥପର ଲୋକେ ଏହା ବୁଝନ୍ତି ନାହିଁ |ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲ ଦାପଲ୍ଲୀ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ମହୁଲର ଗୋଦାମ ଗୃହ କରିଛନ୍ତି |ସେଠାରେ ବସ୍ତା ବସ୍ତା ମହୁଲ ଦେଖିବାକୁ ମିଳିଛି |କୋରନା ଆରମ୍ଭ ହେବା ପରେ ପ୍ରାୟ ବର୍ଷେ ଦୁଇ ମାସ ହେବ ସେଠାକୁ କୌଣସି ଶିକ୍ଷକର ପାଦ ପଡିନି ବୋଲି ଗ୍ରାମବାସୀ କହିଛନ୍ତି |ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି |ଏଥିରେ ସମସ୍ତେ ସାମିଲ ଅଛନ୍ତି ଓ ସବୁର ଭାଗ ଅଛି ବୋଲି କିଛି ଗ୍ରାମବାସୀ ନିଜ ନାମ ଗୁପ୍ତ ରଖି ଜଣାଇଛନ୍ତି |ଏହାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ନଦେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଗାଁ ଲୋକେ ଚେତାବନୀ ଦେଇଛନ୍ତି |