03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବର୍ଷା ସମୟରେ ଉଗ୍ରତାର ସୀମା ଟପନ୍ତି ନକ୍ସଲ !

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାରେ ଧୀରେ ଧୀରେ ନକ୍ସଲଙ୍କ ପ୍ରଭାବ କମିବାରେ ଲାଗିଛି |ପ୍ରତ୍ୟେକ ବର୍ଷ ବର୍ଷା ସମୟରେ ଏମାନଙ୍କ ହିଂସା ବଢିଥାଏ |ଗୋଟିଏ ବର୍ଷରେ ସେମାନେ ଯେତିକି ହିଂସା ଘଟାଇଥାନ୍ତି ଏହି ସମୟରେ ତିରିଶ ରୁ ଚାଳିଶ ଭାଗ ହୋଇଥାଏ |ଜିଲାରେ ଏବେ ପୋଲିସ ଗୁଇନ୍ଦା ବିଭାଗ ବହୁତ ଭଲଭାବେ କାମ କରୁଥିବାରୁ ସେମାନେ କୌଣସି ଅଘଟଣ ଘଟାଇବାରେ ସଫଳ ହୋଇପାରୁନାହାନ୍ତି |୩ ଦିନ ତଳେ ପୋଲିସ ଡି ଜି ଆସି କିପରି ଏମାନଙ୍କ କାର୍ଯ୍ୟକଳାପ ସବୁ ବନ୍ଦ ହେବ ତାର ରଣକୌଶଳ ପ୍ରସ୍ତୁତ ହୋଇଛି |ଏହା ଦ୍ୱାରା ପୋଲିସ ଓ ବି ଏସ ଏଫ ଯବାନମାନେ ଉତ୍ସାହିତ ହୋଇଛନ୍ତି |ନକ୍ସଲଙ୍କୁ ଦମନ କରିବାପାଇଁ ଏବେ ଯବାନମାନେ ଜୋରଦାର କୁମ୍ବିଂ କରୁଛନ୍ତି |ବର୍ତ୍ତମାନ ସ୍ୱାଭିମାନ ଅଂଚଳ ର ୯ ଟି ପଂଚାୟତ, ପଡିଆ ବ୍ଲକର ୭ଟି, କାଲିମେଳା ବ୍ଲକର ୭ଟି, ଖଇରପୁଟ ବ୍ଲକର ୫ ଟି, ମାଥିଲି ବ୍ଲକର ୫ଟି ଓ କୋରୁକୋଣ୍ଡାର ୪ଟି ପଂଚାୟତକୁ ପୋଲିସ ନିଜ ନଜରରେ ରଖିଛି |ଆମ ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ର ମଧ୍ୟ କୁମ୍ବିଂ ଜୋରଦାର ଚଳାଇଛନ୍ତି |ବିଶେଷଜ୍ଞମାନଙ୍କ ମତରେ ଏବେ ନକ୍ସଲମାନେ କୌଣସି ବଡ଼ ଧରଣର ଅଘଟଣ ଘଟାଇବାରେ ସଫଳ ହୋଇପାରିବେନାହିଁ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *