01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବର୍ଷାଦିନେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ବଡାଛତୁ…

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲାରେ କେତେକ ସ୍ଥାନରେ ଏବେ ବଡାଛତୁର ଆସର ପଡିଛି |ଜଙ୍ଗଲର ବିଭିନ୍ନ ଜିନିଷକୁ ନିଜର ଜୀବନରେ ବ୍ୟବହାର କରୁଛନ୍ତି ଏବଂ କିଛି ବନ୍ୟାଜାତ ଦ୍ରବ୍ୟକୁ ବଜାରରେ ବିକି କିଛି ଉପାର୍ଜନ କରୁଛନ୍ତି |ଏବେ ବର୍ଷାରେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ହୋଇଛି ବଡାଛତୁ| ଜଙ୍ଗଲର ବିଭିନ୍ନ ସ୍ଥାନରେ ଥିବା ଶାଳ ଗଛ ମୂଳରୁ ଖୋଜି ଖୋଜି ଏହି ବଡାଛତୁ ଖୋଜି ଖୋଜି ଆଣି ବଜାରରେ ବିକୁଛନ୍ତି |ଏହା ଧଳା, କଳା ଓ ମାଟିଆ ରଙ୍ଗରେ ମିଳୁଛି |ଏବେ ଏହା ମାଲକାନଗିରି ସଦରର କେତେକ ଜାଗାରେ ଆଦିବାସୀ ମହିଳାମାନେ ବିକୁଥିବାର ଦେଖିବାକୁ ମିଳୁଛି |ଏବେ ଏହାର ଦାମ ଆକାଶ ଛୁଆଁ ହୋଇ ରହିଛି |ବଜାରରେ ଏବେ କେଜି ପ୍ରତି ୧୦୦୦-୧୨୦୦ଟଙ୍କାରେ ବିକ୍ରି ହେଉଛି |ଏହାକୁ ସହରରେ ଲୋକେ ଅଧିକ ଦାମରେ ନେଉଥିବାରୁ ଏବେ ଦଲାଲମାନେ ଆଦିବାସୀମାନଙ୍କଠୁ କମ ଦାମରେ ନେଇ ପାଖ ସହର ଜୟପୁର, ସୁକୁମା,ଜଗଦଳପୁର, ବାଲିମେଳାରେ ବିକ୍ରି କରୁଛନ୍ତି |ସେଥିପାଇଁ ପ୍ରଶାସନ କିଛି ବ୍ୟବସ୍ଥା କଲେ ଆଦିବାସୀମାନେ ନିଜର ଆୟ ବୃଦ୍ଧି କରିପାରିଥାନ୍ତେ ବୋଲି କେତେଜଣ ଆଦିବାସୀ ମହିଳା ମତ ଦେଇଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *