04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବର୍ତ୍ତନାରେ ଉଜ୍ଜଳା ସଚେତନତା ଶିବିର ଅନୁଷ୍ଠିତ,

ବାଲେଶ୍ଵର,୨୫/୧୦–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ବର୍ତ୍ତନା ଗ୍ରାମ ପଞ୍ଚାୟତ କନ୍ତିଆ ଗ୍ରାମରେ ମଙ୍ଗଳବାର ଦିନ ଉଜ୍ଜଳା ସଚେତନତା ଶିବିର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଓସିଏଲର ଅଧିକାରୀ ନିରାକାର ବେହେରା ଏବଂ ମାନସ ବେହେରା ଯୋଗ ଦେଇ ଗ୍ଯାସର ଉପକାରିତାର ଗୁରୁତ୍ୱକୁ ମହିଳା ମାନଙ୍କ ନିକଟରେ ଉପସ୍ଥାପିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉଜ୍ଜଳାର ପଞ୍ଚାୟତ ପ୍ରମୁଖ ରେଣୁବାଳା ମିଶ୍ର, ସିଆରପି ସଞ୍ଜୁକ୍ତା ଖିଲାର,ୱାର୍ଡ ମେମ୍ଵର ଗୀତାଞଳୀ ମିଶ୍ର, ଆଶାକର୍ମୀ ପ୍ରମିଳା ଦାଶ, ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଶତାଧିକ ମହିଳା ଉପସ୍ଥିତ ରହିଥିଲେ । ମନୋରମା ମିଶ୍ର, ଭାରତୀ ବାରିକ, ପୁଷ୍ପାରାଣୀ ମିଶ୍ର, ଗୋଲପରାଣୀ ମିଶ୍ର, ଭାରତୀ ବାରିକ,ରତିକଳା ମିଶ୍ର, ସରୋଜିନୀ ମିଶ୍ର, ବୀଣାପାଣି ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ–ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *