ବରିଷ୍ଠ ନାଗରିକଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଳିତ
କୋରାପୁଟଜିଲ୍ଲା(ସଖପ୍ର): କୋଟପାଡ ବ୍ରାହ୍ମଣ ସାହିସ୍ଥ ଗଜଲକ୍ଷ୍ମୀ ଭବନ ଠାରେ ଶତାୟୁ ପୁରୁଷ ଡାକ୍ତର ଶ୍ରୀ ବେହେରା ନରସିଂହ ରାଓ ପଟ୍ଟନାୟକଙ୍କ ୧୦୦ତମ ଜନ୍ମଦିବସ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି ।ଶ୍ରୀ ପଟ୍ଟନାୟକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଥିଲେ ।ଚାକିରିରୁ ଅବସର ଗ୍ରହଣ କରିବା ପରେ ଗରିବ ରୋଗୀ ମାନଙ୍କୁ ମାଗଣାରେ ହୋମିଓପ୍ୟାଥି ଔଷଧ ଯୋଗାଇ ସେ ଜଣେ ଖ୍ୟାତନାମା ଚିକିତ୍ସକ ହିସାବରେ ସୁପରିଚିତ ।ଆଜି ତାଙ୍କୁ ୧୦୦ ବର୍ଷ ପୁରି ଥିବାରୁ ମନ୍ତ୍ରୀ ପ୍ରତିନିଧି ଶ୍ରୀ ସୁଧୀର ମହାନ୍ତି,କୋଟପାଡ ପୂର୍ବ ବିଧାୟକ ଶ୍ରୀ ଚନ୍ଦ୍ରଶେଖର ମାଝି,ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା, ସନାତନ ଦାଶ, ପ୍ରକାଶ ମହାନ୍ତି,କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀ (ବାପୁନ ତ୍ରିପାଠୀ), ଡାକ୍ତର ସତ୍ୟନାରାୟଣ ବ୍ରହ୍ମା, ମହମ୍ମଦ ଜାନୁ, ଜ୍ୟେଷ୍ଠ ପୁତ୍ର ତଥା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଶ୍ରୀ ପ୍ରତାପ ପଟ୍ଟନାୟକ,
କନିଷ୍ଠ ପୁତ୍ର ତଥା କୋଟପାଡ଼ ଓକିଲ ସଂଘ ସଭାପତି ଶ୍ରୀ ମଣିପ୍ରସାଦ ପଟ୍ଟନାୟକ, ଝିଅ, ଜ୍ବାଇଁ, ବୋହୂ, ନାତି ନାତୁଣୀଙ୍କ ସହ ବହୁ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଆଶୀର୍ବାଦ କାମନା କରିଥିଲେ । ଏହି ଶତାୟୁ ନାଗରିକଙ୍କ ପ୍ରତି ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାପଡିଛି ।