November 18, 2025

Sabubarga Khabar

All category news

ବରିଷ୍ଠ ଆଇନଜୀବୀ ସ୍ବର୍ଗତ କିନ୍ତାଲି ରାଜୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରାୟଗଡା : ରାୟଗଡା ସହର ର ବରିଷ୍ଠ ବିଜୁ ଜନତା ଦଳ ର କର୍ମୀ ତଥା ଆଇନଜୀବୀ ସ୍ବର୍ଗତ ଙ୍କ ଆତ୍ମା ର ସଦଗତି ନିମନ୍ତେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରିଙ୍ଗ ରୋଡ ବିଜେଡି କର୍ମୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ 6 ତାରିଖ ରେ ନିଜ କାର୍ୟଳୟ ଠାରେ କାମ କରୁଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ମୃତ୍ୟୁ ବରଣ କରିଥିଲେ । ବିଜୁ ଜନତା ଦଳ ର ବରିଷ୍ଠ ସଂଗଠକ ତଥା ରାୟଗଡା ଟ୍ରକ ମାଲିକ ୟୁନିଅନ ର ସଭାପତି ୟାଲା କୋଣ୍ଡା ବାବୁ, ବରିଷ୍ଠ ବିଜେଡି କର୍ମୀ କାଶୀନାଇଡ଼ୁ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, କୋଳନରା କ ଯ଼ୋନ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ରାୟଗଡା ବ୍ଲକ ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ପି ଗୌରୀ ଶଙ୍କର ରାଓ, ଆଇନଜୀବୀ ବିରଜା ପାତ୍ର, ବ୍ରଜ ନାୟକ, ମଧୁବାବୁ, କେ ସି ପଟ୍ଟନାୟକ ପି ମାନିରତ୍ନାମ, କେ ଶ୍ରୀନିବାସ, ବିନାୟକ ପୋଲାଈ, ଶାନ୍ତୁ ବାବୁ, ଙ୍କ ସମତେ ସତଧିକ ବିଜେଡି କର୍ମୀ, ରାୟଗଡା ଟ୍ରକ ମାଲିକ ୟୁନିଅନ ର କର୍ମକର୍ତା, ବିଭିନ୍ନ ଅନୁଷ୍ଠାନ ଓ ବହୁ ସଙ୍ଘ ର କର୍ମକର୍ତା ଓ ଜନସାଧାରଣ ଉପସ୍ଥିତ ରହି ସ୍ବର୍ଗତ କିନ୍ତାଳୀ ରାଜୁଙ୍କ ଫୋଟ ଚିତ୍ର ରର ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସ୍ବର୍ଗତ ରାଜୁ କିପରି ଜନସାଧାରଣ ଙ୍କ ସେବା କରିବା ସହିତ ଗରିବ ଅସହାୟ ଙ୍କ ପାଇଁ ସାହା ଭରସା ଥିଲେ ବୋଲି ଶୋକ ଶୋଭା ରେ ଉପସ୍ଥିତ ବ୍ୟକ୍ତି ମାନେ ମତ ରଖିଥିଲେ l ଗରିବ ପିଲାମାଙ୍କୁ ପାଠ ପଡ଼ାଇବା ସହିତ ଯେଉଁ ଗରିବ ଶ୍ରେଣୀ ର ବ୍ୟକ୍ତି କୌଣସି କେଶ ରେ ଫସିଥିଲେ ତାଙ୍କୁ ବିନା ପଇସା ରେ ସାହାଯ୍ୟ କରି ମକଦମା ଲଡ଼ୁଥିଲେ l ଯେଉଁମାନେ ସ୍ବର୍ଗତ ରାଜୁ ଙ୍କ ଦ୍ୱାରା ଉପକୃତ ହୋଇଛନ୍ତି ସେମାନେ କୋହ ଭରା ହୃଦୟରେ ସ୍ବର୍ଗତ ରାଜୁଙ୍କୁ ପୁଷ୍ପା ମାଲ୍ୟ ଦେଇ ଆତ୍ମା ର ଶାନ୍ତି ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥିଲେ l ରାଜୁଙ୍କ ଅକାଳ ବିୟୋଗ ରର ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି କହିଥିଲେ l ଦଳ ପାଇଁ କୌଣସି କାମ ପଡିଲେ ସେ ରାତି କି ଦିନ ସବୁବେଳେ ପ୍ରସ୍ତୁତ ଥିଲେ ବୋଲି କୋଣ୍ଡା ବାବୁ କହିଥିଲେ l ସେ ଏକ ମେଳାପୀ ଆଇନଜୀବୀ ଥିଲେ ବିନା ପଇସା ରେ ଗରିବ ଙ୍କ ମକଫୋନମା ଲଡ଼ୁଥିଲେ ତାଙ୍କରି ବିୟୋଗ ରେ ଓକିଲେ ମାନେ ଏକ ବନ୍ଧୁ କୁ ହରାଇଲେ ବୋଲି ଆଇନଜୀବୀ ବ୍ରଜ ନାୟକ କହିଥିଲେ ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.