01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆ ପଥର ମାଡ , ଚାଷୀଙ୍କୁ ସରକାରୀ ସହାୟତା ଦାବୀ

ବରଗଡଜିଲ୍ଲା : ଅଦିନିଆ କାଲବୈଶାଖି ସହିତ କୁଆ ପଥର ମାଡ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଧାନ ଅମଳ ସମୟରେ କୁଆପଥର ଯୋଗୁଁ ଧାନ କେଣ୍ଡା ରୁ ଧାନ ଝଡି ଯାଉଥିବାରୁ ଚାଷୀର ବଡ କ୍ଷତି ହୋଇଛି। ବରଗଡ ଜିଲ୍ଲାର ବିଜେପୁର ବ୍ଲକର ବଲଣ୍ଡା , ଚାରପାଲି , ଭୈରୋପୁର , ବୁଡାପାଲି , ମାଣିକଚଉରା , କର୍ଲେ , ରାମପୁର , ଗଣ୍ଡପାଲି , ଜାରିଂ , ,ଲେମଧର , ରଙ୍ଗମାଟିଆ , କେଉଁଟିପାଲି , ବିଜେପୁର । ବରପାଲି ବ୍ଲକର ଜୁଲଟ , କନବାର , କୁମ୍ଭାରୀ । ଝାରବନ୍ଧ ବ୍ଲକର ମହଗାଁ , ଚଣ୍ଡିଭଟା , ଜାମପାଲିରେ କୁଆପଥର ବୃଷ୍ଟି ହୋଇଛି । କରୋନାର ଦୁଃସମୟରେ କୁଆପଥର ମାଡ ଚାଷୀକୁ ମୁଣ୍ଡବ୍ୟଥା ବଢେଇ ଦେଇଛି । ଜିଲ୍ଳାରେ କୁଆପଥର ମାଡରେ ଧାନ ଫସଲ ନଷ୍ଟର ସଠିକ ଆକଳନ କରି ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବୀ ହେଉଛି ।

ବରଗଡ ବ୍ୟୁରୋ ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *