04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବନ ବିଭାଗ ପକ୍ଷରୁ ଶାଗୁଆନ ପଟା ଜବତ ସହ ଦୁଇ ଗିରଫ

ମାଲକାନଗିରି(ସଖପ୍ର):ମାଲକାନଗିରି ବନ ବିଭାଗ ପକ୍ଷରୁ ଯାଞ୍ଚ କରୁଥିବା ସମୟରେ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ରେ ୩୦ ଖଣ୍ଡ ଶାଗୁଆନ ପଟା ନେଇ ବିଶାଖାପାଟଣା ଅଞ୍ଚଳକୁ ଯାଉଥିବା ବେଳେ ମାଲକାନଗିରି ବନାଞ୍ଚଳ ଅଧିନସ୍ଥ ପଦ୍ମଗିରି ଛକ ନିକଟରେ ବନ କର୍ମଚାରୀମାନେ ଗାଡ଼ିକୁ ତନଖି କରି କାଠ ପଟାଗୁଡିକୁ ଜବତ କରିବା ସହ ଗାଡ଼ି ଚାଳକ ଓ ଅନ୍ଯ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ ସୁକୁମା ଅଞ୍ଚଳରୁ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ନମ୍ବର:ସି ଜି ୧୮ ଏଚ ୧୫୮୦ ରେ ୩୦ ଖଣ୍ଡ ଶାଗୁଆନ ପଟା ବିଶାଖାପାଟଣାକୁ ଯାଉଥିବା ବେଳେ ପଦ୍ମଗିରି ଛକ ଠାରେ ମାଲକାନଗିରି ବନ କର୍ମଚାରୀମାନେ ଯାଞ୍ଚ କରିଥିଲେ। ଉକ୍ତ ପଟାଗୁଡିକ ଚାଲାଣ ବେଳେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ଅଭିନବ ଉପାୟ ଅବଲମ୍ବନ କରାଯାଇଥିବା ଯାଞ୍ଚ ସମୟରେ ଜଣା ପଡିଥିଲା। ଫଳରେ କାଠ ପଟା ଓ ଗାଡ଼ିକୁ ଜବତ କରାଯାଇଥିଲା। ତତ୍ ସହିତ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ସୁକୁମା ଜିଲ୍ଲାର ପେରେମା ପରା ଗ୍ରାମର ରାମୁ ପଡିଆମୀ (୩୪) ଓ ଗଙ୍ଗା ନାଗ (୩୦) । ଦୁହିଁଙ୍କୁ ଗତ କାଲି ମାଲକାନଗିରି କୋର୍ଟ ଚାଲାଣ କରାଯାଇଥିଲା। ଉକ୍ତ ଚଢାଉ ସମୟରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ଡେପୁଟୀ ରେଂଜର ବାଣୀଶ୍ରୀ ମନସ୍ବିନୀ ଦେବୀ,ବନପାଳ ଦେବାଶିଷ ପ୍ରଧାନ,ମନତୋଷ ଦେ, ବନରକ୍ଷୀ ବାବୁରାମ ଦୁରୁଆ ଓ ପାରା ଷ୍ଟାଫ ଯୋଗ ଦେଇଥିଲେ। ତେବେ ଉକ୍ତ ଶାଗୁଆନ କାଠ ପଟାଗୁଡିକର ମୂଲ୍ୟ ୬୦ ହଜାର ଟଙ୍କାହେବ ବୋଲି କୁହାଯାଇଛି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *