12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ଯ ସଙ୍ଗୀତ ମାନ୍ଯତା ଦେଇଥିବାରୁ ସରକାରଙ୍କୁ ଖୁସିର ବାର୍ତ୍ତା ଜଣାଇଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

ବାଲେଶ୍ବର,୮/୬- କଥାରେ ଅଛି ଅପେକ୍ଷାର ଫଳ ମିଠା ହୋଇଥାଏ । ତାହା ଆଜି ଓଡିଶାବାସୀ ଜାଣିବାକୁ ପାଇଲେ । ବହୁ ଦିନ ଧରି ଓଡିଶାବାସୀଙ୍କ ତରଫରୁ ଦାବି ହୋଇ ଆସୁଥିଲା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ” ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ଯତା ଦେବାପାଇଁ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଓଡିଶାବାସୀଙ୍କ ଦାବିକୁ ବିଚାରକୁ ନେଇ ଶେଷରେ ଓଡ଼ିଶାର ସୁନାମଧନ୍ଯ ସରକାର ନବୀନ ପଟ୍ଟନାୟକ ରାଜ୍ୟ ସଙ୍ଗୀତ ମାନ୍ଯତା ପ୍ରଦାନ କରିଛନ୍ତି । ସେଥିପାଇଁ ରାଜ୍ୟ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ସେହି ପରିପ୍ରେକ୍ଷୀରେ ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ,ଖଇରା,ବାଲେଶ୍ବର ସାରା ଓଡ଼ିଶାରୁ ସାରସ୍ବତ ସାଧିକା/ସାଧକ ମାନଙ୍କୁ ନେଇ ହ୍ଵାଟ୍ସଆପ ଗୃପ୍ ମାଧ୍ୟମରେ ଏକ ” ଖୁସିର ଵାର୍ତ୍ତା ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ମୁଖ୍ୟମନ୍ତ୍ରୀଙ୍କୁ ଖୁସି ବାର୍ତ୍ତା ଦେବାପାଇଁ । ଏଥିରେ ସାରା ରାଜ୍ୟରୁ ୧-ଅଶୋକ କୁମାର ପତି,ଖଙ୍କିରା, ଢେ଼ଙ୍କାନାଳ,୨-ଅମିତ୍ କୁମାର ସାହୁ,ଧକୋଠା, କେନ୍ଦୁଝର,୩-ଅରୁଣ ମହାପାତ୍ର, ପ୍ରତାପପୁର,ଗଞ୍ଜାମ,୪-ରଞ୍ଜନ କୁମାର ବ୍ରହ୍ମା,ଚିକିଟିଗଡ,ଗଞ୍ଜାମ,୫-ରଞ୍ଜନ କୁମାର ପଣ୍ଡା, ଗୁପ୍ତେଶ୍ବର, ଗଞ୍ଜାମ,୬-ରଶ୍ମିତା ପାତ୍ର, ବାରିପଦା,ମୟୁରଭଞ୍ଜ, ୭-ବିନୋଦିନୀ ଦାଶ,କରୁଆଁ,ଯାଜପୁର,୮-ବାସନ୍ତୀ ଲତା ଜେନା,ଗାନ୍ଧିନଗର, ନବରଙ୍ଗପୁର,୯-ବୈଜୟନ୍ତୀ ସାହୁ,ପିପିଲି, ପୁରୀ,୧୦-ବନିତା ସ୍ବାଇଁ ମାନଧାତା, ପଟାମୁଣ୍ଡାଇ,କେନ୍ଦ୍ରାପଡା, ୧୧-ଛବିରାଣୀ ପତି,ମଧ୍ଯଶାସନ, ଜଗତସିଂହପୁର,୧୨-ସୁଜାତା ମହାନ୍ତି, ତୁଳସୀପୁର, କଟକ,୧୩-ସୁଧାଞ୍ଜଳୀ ମିଶ୍ର, ବ୍ରହ୍ମପୁର,ଗଞ୍ଜାମ, ୧୪-ସଂଯୁକ୍ତା ସାହୁ,ଜଗତସିଂହପୁର,୧୫-ସୀମାଞ୍ଚଳ ପଣ୍ଡା,ଡେଙ୍ଗାଡି, ଗଞ୍ଜାମ,୧୬-ସରସ୍ବତୀ ପଣ୍ଡା, ମଙ୍ଗଳପୁର, ଯାଜପୁର,୧୭-ସାରିକା ସ୍ବାଇଁ, ଉତ୍ତର ଭୁବନେଶ୍ୱର,୧୮-ସଂଗ୍ରାମ କେଶରୀ ନାୟକ, ପୁରୀ,୧୯-ଶୋଭାଗିନୀ ନନ୍ଦ, ଜୟପୁର, କୋରାପୁଟ,୨୦-ଶିତିକଣ୍ଠ ବରାଳ,ସାକ୍ଷିଗୋପାଳ, ପୁରୀ,୨୧-ଜଗନ୍ନାଥ ସ୍ବାଇଁ,ମାର୍ଶାଘାଇ, କେନ୍ଦ୍ରାପଡା,୨୨-ଜଗଦୀଶ ପାଣିଗ୍ରାହୀ, ଯାଜପୁର,୨୩-ଉମାକାନ୍ତ ଦାସ,ଲାଲବାଗ,ଯାଜପୁର,୨୪-ପଦ୍ମଲୋଚନ ରାଉତ,ମାଲକାନଗିରି,୨୫-ନିରୂପମା ଦାଶ,ସୋରଡା, ଗଞ୍ଜାମ,୨୬-ମନୋଜ କୁମାର ଦାସ,କେନ୍ଦ୍ରାପଡା,୨୭-ଭାରତୀ ସାହୁ,ଯୁନିଦାପାଟଣା,ଯାଜପୁର,୨୮-ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର,୨୯-ଦୀପକ ନାୟକ, ଯାଜପୁର,୩୦-ପ୍ରଣତି ମହାପାତ୍ର, ବାଲେଶ୍ବର,୩୧-ନଳିନୀ ପ୍ରଭା ମିଶ୍ର, ମକୁନ୍ଦପୁର,ଆସିକା,ଗଞ୍ଜାମ,୩୨-ନିର୍ମାଲ୍ୟ ପତି,ନରହରିପୁର,ଯାଜପୁର,୩୩-ମନୋଜ କୁମାର ମହାନ୍ତ,ମୟୂରଭଞ୍ଜ,୩୪-ବାସୁଦେବ ଜେନା,କଇଥାପାଳ,କେନ୍ଦ୍ରାପଡା,୩୫-ସ୍ବର୍ଣ୍ଣଲତା ପତି,ସମ୍ବଲପୁର,୩୬-ରୁକ୍ମଣୀ ସାହୁ,ଉଦଳା, ମୟୂରଭଞ୍ଜ,୩୭-ରଶ୍ମିତା ବେହେରା, ନିହଲପ୍ରସାଦ, ଢେଙ୍କାନାଳ,୩୮-ପ୍ରିୟମ୍ବଦା ରାଉତ, ମାଲକାନଗିରି,୩୯-ମାଧବୀଲତା ପଟେଲ, ଝାରସୁଗୁଡା ପ୍ରମୁଖ ଖୁସିରେ କବିତା ମାଧ୍ୟମରେ ସରକାରଙ୍କୁ ଖୁସିବାର୍ତ୍ତା ଦେଇଥିଲେ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଏହି ଖୁସିରେ ଭାଗନେଇ ଥିବା ସମସ୍ତ ସାରସ୍ବତଙ୍କୁ ସମ୍ପାଦକ ଡିଜିଟାଲ ପ୍ରମାଣପତ୍ର ଦେବାର ବ୍ଯବସ୍ଥା କରିଥିବାର ମଧ୍ୟ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *