ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳଜନନୀ ଗାନ କରିବା ନିବେଦନକୁ ଉତ୍କଳ ସମ୍ମୀଳନୀର ଉପସଭାପତିଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜି ଅପରାହ୍ନ ୨ଟାରେ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ପ୍ରତି ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଆସନ୍ତା ଶନିବାର ସଂନ୍ଧ୍ୟା ୫.୩୦ ସମୟରେ ରାଜ୍ୟ ବାସୀ ବିଶ୍ୱରେ ଯେଉଁଠି ଥିଲେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖି “ବନ୍ଦେ ଉତ୍କଳ ଜନନୀ ” ଗାନ କରିବାକୁ ନିବେଦନ କରିଛନ୍ତି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ।ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜଭୁତ କରିଥିଲା। କରୋନା ରୋଗ ଓଡିଶା ଆସିବା ୨ ମାସରୁ ଅଧିକ ହୋଇଗଲାଣି । ରାଜ୍ୟରେ କରୋନା ମୃତ୍ୟୁହାର ଅନ୍ୟ ରାଜ୍ୟଠାରୁ ଏବଂ ବିଶ୍ୱରେ ସର୍ବନିମ୍ନ ରହିଛି । ଅନେକ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏହି ମୁକାବିଲାନେଇ ଓଡ଼ିଶାର ପଦକ୍ଷେପ ସର୍ବତ୍ର ପ୍ରଶଂସନୀୟ। ତେଣୁ ଓଡିଶା ଏବେ ସାରା ବିଶ୍ୱରେ ଉଦାହରଣ ସ୍ୱରୂପ ପାଲଟିଛି । ଏହି ସଙ୍କଟ ସମୟର ଜୀବନକୁ ପାଣି ଛଡ଼ାଇ ଲୋକଙ୍କ ସେବା କରୁଥିବା ଯୋଦ୍ଧାଙ୍କର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା କହିଛନ୍ତି କି କରୋନା ମୁକାବିଲାରେ ଆମ ରାଜ୍ୟ ସଫଳ ହୋଇଛି । ବଡ଼ ବଡ଼ ଧନୀ ରାଜ୍ୟ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳ ହୋଇନାହାନ୍ତି। କୋଭିଡ19 ଯୋଦ୍ଧାଙ୍କ ପ୍ରତିବଦ୍ଧତା, ନିଷ୍ଠା ଯୋଗୁ ଆମେ ସଫଳ ହୋଇଛୁ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ଶନିବାର ତା ୩୦,୦୫,୨୦୨୦ରିଖ ପ୍ରତ୍ୟେକ ଓଡିଆ ଭାଇ ଭଉଣୀ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନକରି ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ସଫଳ କରିବାକୁ ଉତ୍କଳ ସମ୍ମୀଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ଓ ରାଜ୍ୟ ପରିଷଦ ସଦସ୍ୟ ରାଜେନ୍ଦ୍ର ଗୌଡ ପୁନର୍ବାର ନିବେଦନ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।