01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଦଳି ଓ ପୋଷ୍ଟିଂ ପାଇଁ କୌଣସି ପ୍ରକାର ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ୧୧।୧୧: ବଦଳି ଓ ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କୁ ବଡ଼ ଝଟକା। ବଦଳି ଓ ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟ ସରକାର ଏକ ନୂଆ ପ୍ଲାନ ସହିତ ଏପ୍ରକାର ନିୟମ ଉଲଙ୍ଘନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଓଡିଶାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଅତ୍ୟଧିକ ପ୍ରଭାବ ପକାଇବାର ଏପରି ଅଭ୍ୟାସ ହେଉଛି ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ, ୧୯୫୯ ର ନିୟମ ୨୩ ର ସ୍ପଷ୍ଟ ଉଲ୍ଲଂଘନ। କୌଣସି ସରକାରୀ କର୍ମଚାରୀ ବଦଳି କିମ୍ବା ପଦୋନ୍ନତି, ବେତନ ଏବଂ ଅନ୍ୟାନ୍ୟ ସେବା ସର୍ତ୍ତ ଅନୁଯାୟୀ ତାଙ୍କ ନିଯୁକ୍ତିକୁ ନେଇ ନିଜର ସ୍ୱାର୍ଥକୁ ପୁରଣ କରିବା ପାଇଁ କୌଣସି କର୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ଆଣିବାକୁ କିମ୍ବା କରିବାକୁ ଚେଷ୍ଟା କରିବେ ନାହିଁ। ସରକାରୀ କର୍ମଚାରୀମାନେ ଅଖଣ୍ଡତା ଏବଂ ଆଚରଣର ସର୍ବୋଚ୍ଚ ମାନ ବଜାୟ ରଖିବେ, ସମସ୍ତ ସେବା ପ୍ରସଙ୍ଗରେ ନ୍ୟାୟ ଏବଂ ସ୍ୱଚ୍ଛତାର ନୀତି ବଜାୟ ରଖିବେ ବୋଲି ଆଶା କରାଯାଉଛି, ଯଦି ଏହି ନିୟମକୁ କେହି ଉଲଂଘନ କରୁଥିବାର ନଜର ଆସେ କିମ୍ବା କୌଣସି ସୂତ୍ରରୁ ଚାପ ପକାଇବା ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *