03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଣ୍ଡା ଜନଜାତି ଲୋକେ ନିଜେ ଇଟା ତିଆରି କରୁଛନ୍ତି…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ପ୍ରାୟ ୫ ହଜାର ଫୁଟ ଉପରେ ଥିବା ବଣ୍ଡାଘାଟିରେ ୨ଟି ପଂଚାୟତ ହେଲା ମୁଦୁଲିପଡ଼ା ଓ ଅଣ୍ଡ ରାହାଲ |ଏହି ପଂଚାୟତର ପ୍ରାୟ ୩୨ ଟି ଗାଁ ଅଛି |ଏଠାରେ ବଣ୍ଡା ଜନଜାତି ର ଲୋକେ ରୁହନ୍ତି |ଏହି ଜନଜାତି ଆଧୁନିକତାଠୁ ବହୁ ଦୂରରେ |ଏଠାରେ ଲୋକଙ୍କ ଘର ପ୍ରାୟ ଝାଟିମାଟିରେ ହିଁ ତିଆରି ହୋଇଥାଏ |ଏବେ ପଂଚାୟତ ସଦରରେ ଇଟାର ଘରମାନ ଦେଖିବାକୁ ମିଳୁଛି |ଲୋକେ ଏବେ ଧୀରେ ଧୀରେ ଇଟା ତିଆରି କରି ନିଜର ଘର ତିଆରି କରୁଛନ୍ତି |ଏବେ ମଧ୍ୟ କେତେକ ଗାଁ ଅଛି ସେଠାରେ ଲୋକେ ଅତି ସଚୋନୀୟ ଅବସ୍ଥାରେ ରହୁଛନ୍ତି |ସେହି ଅଂଚଳ ଗୁଡିକ ହେଲା ପିଣ୍ଡା ଜଙ୍ଗଲ, ଶିସାଗୁଡା,ପିଣ୍ଡାପଡା, କିଚପଡା, ପାତ୍ରପୁଟ |ଏବେ ପ୍ରଶାସନ ଏମାନଙ୍କ ପ୍ରକୃତରେ ଉନ୍ନତି ପାଇଁ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ |ପ୍ରାୟ ଏହି ଜନଜାତିର ଯୁବକ ଯୁବତୀଙ୍କୁ ଇଟା କିପରି ଠିକ ଭାବେ ତିଆରି କରିବେ ଏବଂ କିଛି ରୋଜଗାର କରିବାର ବ୍ୟବସ୍ଥା କରିବାକୁ ପ୍ରଶାସନ ପାଖରେ ଏହି ଅଂଚଳ ର ବୁଦ୍ଧିଜୀବୀ ଦାବି କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *