November 18, 2025

Sabubarga Khabar

All category news

ବଣ୍ଡା ଜନଜାତିର ଉନ୍ନତିକୁ ବାଟବଣା କରୁଛନ୍ତି ସରକାରୀ ବାବୁ

ମାଲକାନଗିରି(ସ.ଖ.ପ୍ର ) : ଆଦିମ ଜନଜାତି ବଣ୍ଡା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ବାସ୍ତବରେ ବଣ୍ଡା ମାନଙ୍କ ବିକାଶ ପରିବର୍ତ୍ତେ ବ୍ୟାପକ ଅର୍ଥ ହେରଫେର ହେଉଛି। ଯେଉଁ ଉଦ୍ଦେଶ୍ୟରେ ବଣ୍ଡାଙ୍କ ନିମନ୍ତେ ସରକାର ବ୍ୟୟ ବରାଦ କରୁଛନ୍ତି ସେ ଉଦ୍ଦେଶ୍ୟ ସାଧନ ହୋଇ ପାରୁନି। ଆଉ ସେଇଥିପାଇଁ ବଣ୍ଡା ଜନଜାତି ବିକାଶ ଦାୟିତ୍ଵରେ ଥିବା ବାବୁମାନେ ହିଁ ଦାୟୀ। ବର୍ତ୍ତମାନ ବଣ୍ଡା ଉନ୍ନୟନ ସଂସ୍ଥାର ପି ଏଲ୍ ଶ୍ରୀ ଦେବେନ୍ଦ୍ର ଚନ୍ଦ୍ର ମୋହାରି ବାବୁ ତ ସବୁ ସୀମା ଟପି ଗଲା ଭଳି ମନେ ହେଉଛି। କାରଣ ଶ୍ରୀ ମୋହାରୀ ବାବୁ ବଣ୍ଡାଙ୍କ ବିକାଶ ନିମନ୍ତେ ଆସୁଥିବା ସରକାରୀ ଅର୍ଥକୁ ନିଜ ଇଛା ମୁତାବକ କାର୍ଯ୍ୟରେ ଲଗେଇବାର ଅନେକ ଉଦାହରଣ ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଓପିଲିପି ଦ୍ଵାରା ଚଳିତ ବର୍ଷ ପ୍ରାୟ ତିନି ଶହ ଛେଳି ବଣ୍ଡା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅଣାଯାଇ ଥିଲା। କିନ୍ତୁ ବର୍ତମାନ ଗୋଟିଏ ବି ଛେଳି ଜୀବିତ ନାହାନ୍ତି। କାରଣ ଛେଳି ଗୁଡ଼ାକୁ ସ୍ଥାନୀୟ ଅଞ୍ଚଳ ପରିବର୍ତ୍ତେ ଭୁବନେଶ୍ୱରରୁ କିଣା ଯାଇଥିଲା ଏବଂ ସେହି ଛେଳି ଏ ପରିବେଶରେ ତିଷ୍ଟି ପାରିଲେ ନାହିଁ। ଠିକ୍ ସେହି ପରି ଚଳିତ ବର୍ଷ ପ୍ରାୟ ଚାଳିଶି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ କିସମର ବିହନ ବିଡ଼ିଏ ତରଫରୁ କିଣା ଯାଇଥିବାର ରେକର୍ଡ କହୁଛି। କିନ୍ତୁ ବଣ୍ଡା ଚାଷୀଙ୍କ ପାଖରେ ତାର ଏକ ତୃତୀୟାଂଶ ବି ପହଞ୍ଚି ପାରି ନାହିଁ। ସପୁରୀ ଚାରା ଓ ଖମ୍ବ ଆଳୁ କିଣାରେ ମଧ୍ଯ ଦୁର୍ନୀତିର ଗନ୍ଧ ବାରି ହେଉଛି। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ବଣ୍ଡା ଘାଟିରେ ଜଳ ଯୋଗାଣ ପ୍ରକଳ୍ପ କାମ ଯେମିତି ସେମିତି ପଡି ରହିଛି। ଆଗେଇ ପାରୁନାହିଁ। ଏଭଳି ଅନେକ ଅବ୍ୟବସ୍ଥା ଭିତରେ ବଣ୍ଡା ମାନଙ୍କ ବିକାଶ ବାଟବଣା। ବାରମ୍ବାର ଏହି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ କାହିଁକି ଚୁପ ବସିଛି ଓ ତାଙ୍କ ଉପରେ କାହାର ହାତ ଅଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି | ଏହି ସଂସ୍ଥାରେ ହୋଇଥିବା ଦୁର୍ନୀତି ବିଷୟରେ ଯଦି ଭିଜିଲାନ୍ସ କିମ୍ବା ନ୍ୟାୟିକ ତଦନ୍ତ ହେଲେ କିଏ କେତେ ପାଣିରେ ଅଛି ସହଜରେ ଜଣାପଡିବ ଓ ଦୋଷୀ ଦଣ୍ଡ ପାଇବ ବୋଲି ଜନସାଧାରଣ ମତ ରଖିଛନ୍ତି |ଏପରି ହେଲେ ନିରୀହ ବଣ୍ଡା ଲୋକେ ନିଜର ପ୍ରାପ୍ୟ ଠିକ ଭାବେ ପାଇପାରିବେ ବୋଲି ଅଂଚଳର ବୁଦ୍ଧିଜୀବୀ ମାନେ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.