Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଣ୍ଡାଘାଟିର ଅଧିବାସୀଙ୍କୁ କୋଭିଡ ଟୀକା ନେବା ଓ ଏହାର ଉପକାରିତା ବୁଝାଇଲେ ଭୁବନେଶ୍ୱରର ଏକ ସଂସ୍ଥା…

ମାଲକାନଗିରି (ସଖପ୍ର): ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ଏମାନଙ୍କୁ ସଚେତନତା କରୁଥିଲେ ମଧ୍ୟ କୋଭିଡ ଟୀକା ନେବାପାଇଁ ଅନେକ ଇଛା ପ୍ରକାଶ କରୁନାହାନ୍ତି । ଏମାନଙ୍କୁ କିପରି କୋଭିଡ୍ ଟୀକାକରଣ କରାଯିବ ସେଥିପାଇଁ ଭୁବନେଶ୍ୱରର ଆକ୍ସନ ଏଇଡ ସଂସ୍ଥା ବଣ୍ଡାଘାଟିରେ ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଂଚାୟତର ବାଉଁଶପଡା, ବାଣ୍ଡିଗୁଡା, ବନ୍ଧଗୁଡା, ବଡବେଲ୍‌, ପଦେଇଗୁଡା, କିର୍ସାନିଗୁଡା, ସିଲେଇଗୁଡା ପ୍ରଭୃତି ଗ୍ରାମ ଗୁଡିକୁ ଯାଇ କୋଭିଡ ସଂକ୍ରମଣ ରୋଗ ସମ୍ବନ୍ଧରେ ସଚେତନ କରିବା ସହ ଏଥିରୁ ବଂଚିବା ପାଇଁ ଟୀକାକରଣର ଆବଶ୍ୟକତା ସମ୍ବନ୍ଧରେ ବୁଝାଇଥିଲ । ୧୦୦ ଗୋଟି ପରିବାରକୁ ଟିକା ନେବାକୁ ଉତ୍ସାହିତ କରିବା ସହ ପ୍ରତି ପରିବାରକୁ ୩୦ କେଜି ଚାଉଳ, ୨ କେଜି ଡାଲି, ୧ କେଜି ଚିନି, ୧ କେଜି ସୋୟାବିନ୍ ବଡି, ଦୁଇ ଲିଟର ତେଲ, ସାବୁନ, ବିସ୍କୁଟ, ହଳଦି ଗୁଣ୍ଡ, ମରିଚ ଗୁଣ୍ଡ ଇତ୍ୟାଦି ଦେବା ସହ ମାସ୍କ ଓ ସାନିଟାଇଜର ବିତରଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ପରିବର୍ତ୍ତନର ସମ୍ପାଦକ ସନ୍ତୋଷ ସୁକ୍ଳା, ମୁଦୁଲିପଡା ସରପଂଚ ସହଯୋଗ କରିଥିଲେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *