ବଣ୍ଡାଘାଟିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ…
ମାଲକାନଗିରିଜିଲ୍ଲା(ସଖପ୍ର ): ବଣ୍ଡାଘାଟିରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସହିତ ତିନି ଜଣିଆ ଟିମ ପହଞ୍ଚିଛନ୍ତି ।ମାଲକାନଗିରିରେ ଡିଜିପି ଗସ୍ତରେ ଡିଜିପି ବିଏସଏଫ କ୍ୟାମ୍ପରେ ମାଓ ଦମନ ନେଇ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି । ସମୀକ୍ଷା ପରେ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡିଜିପି ଅଭୟ । ସ୍ବାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ଯେପରି ରାସ୍ତା କାମ, ବିଦ୍ୟୁତ କାମ କି ପାନୀୟ କାର୍ଯ୍ୟର ଯେପରି ମାଓବାଦୀମାନେ ବାଧା ସୃଷ୍ଟି ନ କରନ୍ତୁ ସେଥିପାଇଁ ପୋଲିସର ଦୁଇଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ମାଓବାଦୀମାନଙ୍କୁ ଆତ୍ମସର୍ମପଣ କରି ପୁଣିଥରେ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ଡିଜିପି ଅଭୟ । ଭୁଲ ବାଟରେ ଯାଇଥିବା ମାଓବାଦୀମାନେ ଭଲ ରାସ୍ତାକୁ ଆସି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଡିଜିପି । ସମୟ 12ଟାରେ ପୋଲିସ ଡିଜିପିଙ୍କ ସହିତ ତିନି ଜଣିଆ ଟିମ ମାଲକାନଗିରିର ବଣ୍ଡାଘାଟିରେ ପହଞ୍ଚିଛନ୍ତି । ବଣ୍ଡାମହିଳାମାନେ ପାରମ୍ପରିକ ନୃତ୍ୟ ଓ ବେଶ ପୋଷାକ ମାଧ୍ୟମରେ ଡିଜିପି ଓ ତାଙ୍କ ଟିମକୁ ସ୍ବାଗତ କରିଥିଲେ । ୧୯୯୨ ମସିହା ପରେ ଏହା ତାଙ୍କର ଦ୍ଵିତୀୟ ଗସ୍ତ |୨୯ ବର୍ଷ ପରେ ଯାଇ ସେ ମଧ୍ୟ ଖୁସୀ ବ୍ୟକ୍ତ କରିଛନ୍ତି |