02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଥେରୁବାଲି ଠାରେ ଅବସ୍ଥିତ ଇମ୍ଫା କାରଖାନା ପକ୍ଷରୁଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଥିଲା। ଏହି ଅବସରରେ ଜଣେ ଦିବ୍ୟାଙ୍ଗ କହିଛନ୍ତି “ତିନି ଚକିଆ ସାଇକେଲଟି ମୋ ଜୀବନଧାରାକୁ ସମ୍ପୂର୍ଣ୍ଣ ବଦଳେଇ ଦେବ”। ଶ୍ରୀ ତ୍ରିନାଥ କୌଶଲ୍ୟା , ବାଲିଖମାର ଗ୍ରାମର ୩୫ ବର୍ଷୀୟ ଜଣେ ୮୦ ଭାଗ ଶାରୀରିକ ବିକଳାଙ୍ଗ ବ୍ୟକ୍ତିଙ୍କ ପ୍ରତିକ୍ରିୟା।
ଇମ୍ଫାର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଓ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଦ୍ୱାରା ୩ ଜଣ ବିକଳାଙ୍ଗ ବ୍ୟକ୍ତି ଯେଉଁମାନେ ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି ,ସେମାନଙ୍କୁ ୧୦୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି

ଆଉ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଶ୍ରୀ ତ୍ରିନାଥ କୌଶଲ୍ୟା ଯେ କି ଗ୍ରାମରୁ ଗ୍ରାମକୁ ଯାଇ ବ୍ୟବସାୟ କରନ୍ତି। ତାଙ୍କୁ ଯାତାୟତରେ ସହାୟତା ପାଇଁ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକଲ ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଇ ଭି ଏସ୍ ଉମା ମହେଶ୍ବର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଦିପତି କହଁର , କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତାପସ କୁମାର ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବ ଗୋପାଳ ରାଓ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ, ଶ୍ରୀ ତେଜରାଜ ନାଗ ଉପାଧ୍ୟକ୍ଷ କୋଲନରା ପଂଚାୟତ ସମିତି ,ଇମ୍ଫାର ଵିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ସ୍ଥାନୀୟ ପଲ୍ଲୀବିକାଶର ନିର୍ଦ୍ଦେଶକ ଶ୍ରୀ ରାଧାଶ୍ଯାମ ପଣ୍ଡା ଏବଂ ସହାୟତା ପାଇଥିବା ହିତାଧିକାରୀ ମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଇମ୍ଫାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଇଂମ୍ଫାର ଏଭଳି ମହତ କାର୍ଯ୍ୟକୁ ସବୁ ସ୍ତରରୁ ପ୍ରଶଂସା କରାଯାଇଛି। ଇମ୍ଫାର ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ଇମ୍ଫା ଲୋକସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ କହିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *