November 18, 2025

Sabubarga Khabar

All category news

ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ.ଏମତାଲିମ କେନ୍ଦ୍ର ପରିସରରେ “ଚଇତି ଜହ୍ନ” ପୁସ୍ତକ ଲୋକାର୍ପିତ

ଜୟପୁର (ସଖପ୍ର): ସ୍ଥାନୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ. ଏମ ତାଲିମ କେନ୍ଦ୍ର ପରିସରରେ କବି ପ୍ରକାଶ ମହାନନ୍ଦିଆଙ୍କ ହାଇକୁ ପୁସ୍ତକ ଚଇତି ଜହ୍ନ ଲୋକର୍ପିତ ହୋଇଯାଇଛି। କବି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ଲାଷ୍ମୀକାନ୍ତ ପାଢି,ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଡ.ସୁରେଶ ଦାଶ, ସମ୍ମାନିତ ଅତିଥି ତଥା ସମୀକ୍ଷକ ଭାବେ ଯଥାକ୍ରମେ ବିଶିଷ୍ଟ ସାହିତ୍ୟିକ ଡ.ପ୍ରଦୀପ କୁମାର ମିଶ୍ର,ଡ.ମନୋରଞ୍ଜନ ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ହୋତା ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ହାଇକୁ ଓ ଆଦିବାସୀ ଜୀବନ ଉପରେ ଆଲୋକପାତ କରିବା ସହିତ ପୁସ୍ତକ ଚଇତି ଜହ୍ନକୁ ସୁନ୍ଦର ଭାବେ ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ସୁଧାଂଶୁ ଶେଖର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ପ୍ରାକ୍ତନ ସଭାପତି ସ୍ୱର୍ଗତ ପ୍ରଭୁଦାନ ଭତ୍ରାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। କବୟିତ୍ରୀ କବିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ପ୍ରକାଶ ମହାନନ୍ଦିଆ ପୁସ୍ତକ ଉପରେ ଟିପ୍ପଣୀ ରଖିଥିଲେ। କବି ବୈରାଗୀ ଚରଣ ସାହୁ ପ୍ରଥମ ଅଧିବେଶନର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ଦ୍ୱିତୀୟ ଚରଣରେ କବି ଲାଷ୍ମୀକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ବିବିଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବିତାଗୁଡିକୁ କବି ଅଶୋକ ମହାରଣା ଓ କବୟିତ୍ରୀ ଶୋଭାଗିନୀ ନନ୍ଦ ସୁନ୍ଦର ଭାବେ ସଂଯୋଜନା କରିଥିଲେ। କବିତା ପାଠ କରିଥିବା କବି ଓ କବୟିତ୍ରୀଗଣ ହେଲେ- ପ୍ରମୋଦ କୁମାର ରାଉଳ,ଉଦୟ ନାଥ ପାତ୍ର, ଅନନ୍ତ ବିଜୟ ଧୀବର, ନୃସିଂହ ପ୍ରସାଦ ଷଡଙ୍ଗୀ, ସନ୍ତୋଷ କୁମାର ସାହୁ,ରବିନ୍ଦ୍ର କୁମାର ମହାରଣା, ବୈରାଗୀ ଚରଣ ସାହୁ,ରୀତାଞ୍ଜଳି ଡାକୁଆ, ସବିତା ଶତପଥୀ, ଅନସୂୟା ସାମନ୍ତରା,ଭଗବାନ ସାବତ,କବିତା ସାହୁ,ଶୋଭାଗିନୀ ନନ୍ଦ,କୁନା ମହାପାତ୍ର,ଅଶୋକ କୁମାର ପୋଲେଇ,ଯଜ୍ଞେଶ୍ବର ପଣ୍ଡା, ଅଶୋକ ମହାରଣା,ଚନ୍ଦ୍ରମଣି ବାରିକ, ବିଜୟ ନାରାୟଣ ପାତ୍ର,କିଶୋର ମିଶ୍ର ସହିତ୍ୟାନୁରାଗୀଗଣ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମହିମାମଣ୍ଡିତ କରିଥିଲେ। ଶେଷରେ ଗୌରବ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.