03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ଲାଜମା ଦାନ କରିବାକୁ ଲୋକଙ୍କୁ ଆହ୍ୱାନ…

ମାଲକାନଗିରି (ସ.ଖ.ପ୍ର ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଙ୍କର ମାଲକାନଗିରି ଜିଲ୍ଲା କୁ ଦିନିକିଆ ଗସ୍ତ। କୋଭିଡ – ୧୯ ର ସଫଳ ମୁକାବିଲା ପାଇଁ କରୋନା ରେ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବା ସେମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କର ଜୀବନ ବଞ୍ଚେଇବାରେ ସହାୟ ହେବାକୁ ଆହ୍ଵାନ ଦେବା ସହ ଏନେଇ ମାଲକାନଗିରି ଜିଲ୍ଲା ର ଜିଲ୍ଲାପାଳମନୀଷ ଅଗ୍ରୱାଲ ,ବିଧାୟକଆଦିତ୍ୟ ମାଢ଼ୀ ,ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପୋଡ଼ିଆମୀ ଏବଂ ଜିଲ୍ଲା ର ବୁଦ୍ଧିଜୀବୀ ଓ ଅନ୍ଯାନ୍ଯ ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ।ଯେପରି ଅଧିକରୁ ଅଧିକ କରୋନାରୁ ସୁସ୍ଥ ହୋଇଥିବା ଲୋକ ପ୍ଲାଜମା ଦେବେ, ସେଥିପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ସମସ୍ତଙ୍କୁ ଜଣାଇଥିଲେ |ଏହା ଦ୍ୱାରା ଗୁରୁତର କରୋନା ରୋଗୀ ବଞ୍ଚିଯିବାର ସମ୍ଭାବନା ଅଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *