ପ୍ରସିଦ୍ଧ ଇଂରାଜୀ ପୁସ୍ତକ “ସାଫ୍ରନସୋର୍ଡ଼ସ୍”ର ଓଡ଼ିଆ ଅନୁବାଦ ପୁସ୍ତକର ଶୁଭ ଉନ୍ମୋଚନ

ନୂଆଦିଲ୍ଲୀ ୨୧/୦୭(ସଖପ୍ର): 2019ରେ ଇଂରାଜୀ ଭାଷାରେ ପ୍ରକାଶ ପାଇଥିବା ଇତିହାସ ପୁସ୍ତକ Saffron Swords ସର୍ଵ ଭାରତୀୟ ସ୍ତରରେ ,ତଥା ଆନ୍ତର୍ଜାତିକ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଦୀର୍ଘ 1300 ବର୍ଷ ଧରି ବିଦେଶୀ ଆକ୍ରମଣକାରୀଙ୍କ ପ୍ରତି ଆମର ପୂର୍ବଜମାନେ ଯେପରି ପ୍ରତିରୋଧ ଦେଖାଇଛନ୍ତି, ସେମାନଙ୍କୁ ସମୟ ସମୟରେ ପରାସ୍ତ କରିଛନ୍ତି, କେବେ କେବେ ଷଡ଼ଯନ୍ତ୍ରରେ ଶିକାର ହୋଇ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ସେହି ସର୍ବୋଚ୍ଚ ବଳିଦାନ, ବୀରତ୍ବ ଓ ଦେଶପ୍ରେମର ଦସ୍ତାବିଜ ହେଉଛି ଏହି “ସାଫ୍ରନ ସୋର୍ଡସ୍”।ବହୁଳ ବିକ୍ରି( Best Seller)ର ମାନ୍ୟତା ହାସଲ କରିଥିବା ଏହି ପୁସ୍ତକକୁ ଓଡ଼ିଶାର ଯୁବ ଲେଖକ ଓ ଅନୁବାଦକ ଅନ୍ତର୍ଯାମୀ ମହାରଣା ଓଡ଼ିଆ ଭାଷାରେ ଅନୁବାଦ କରି ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବା ପାଇଁ ମାର୍ଗ ପ୍ରଶସ୍ତ କରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ, ତଥା ଆଲୋଚନା ଚକ୍ରରେ ଆଜିର ମୁଖ୍ୟ ଅତିଥି ମେଜର ଜେନେରାଲ ଜି.ଡି. ବକ୍ସୀ , ”ସାଫ୍ରନ ସୋର୍ଡସ୍”ର ମୂଳ ଲେଖିକା ମାନସୀ ସିହ୍ନା ରାଓଲ, ଗବେଷକ ଡ.ବିବୁଧରଞ୍ଜନ, କଥାକାର ପବିତ୍ର ପାଣିଗ୍ରାହୀ, ଲେଖକ ଅସିତ କୁମାର ପଣ୍ଡା, ଐତିହାସିକ ଅଜୟ କୁମାର ପଣ୍ଡା, କବି ଚିତ୍ତରଞ୍ଜନ ନାୟକ, ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅଭୟ ଦ୍ବିବେଦୀ, ଲେଖିକା ଲିପ୍ସା ପଣ୍ଡା, ଲେଖକ ଓ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳ, କବି କମଳ କୁମାର ମହାନ୍ତି, କବି ସୁଧୀର କୁମାର ପଣ୍ଡା ଉପସ୍ଥିତ ଥିଲେ। ବିକ୍ରମ ପରିଜାଙ୍କ ଚମତ୍କାର ସଭା ପରିଚାଳନା ଦ୍ବାରା ଖୁବ ସୁନ୍ଦର ଭାବେ ଆଗକୁ ବଢିଥିଲା। ଆଜିର ପିଢୀ ପାଇଁ ,ତଥା ଭବିଷ୍ୟତ ପିଢୀ ପାଇଁ “ସାଫ୍ରନ ସୋର୍ଡସ” ପ୍ରେରଣା ଦାୟକ ହେବ ବୋଲି ମତପ୍ରକାଶ ପାଇଥିଲା। ଶ୍ରୀମତି ମାନସୀ ସିହ୍ନା ଇତିହାସର ଅନାଲୋଚିତ ଅଧ୍ୟାୟ ଉପରେ ଖୁବ ସୁନ୍ଦର ଭାବେ ଆଲୋକପାତ କରିଥିଲେ। ଅନୁବାଦକ ଅନ୍ତର୍ଯାମୀ ମହାରଣା ସ୍ୱଳ୍ପ ସମୟ ଭିତରେ ନିଜର ଅନୁବାଦ ସମ୍ପର୍କରେ ଅନୁଭୂତି ବର୍ଣ୍ଣନା କରିଥିଲେ। “ସାଫ୍ରନ ସୋର୍ଡସ୍”ର ପରବର୍ତ୍ତୀ ଧାରାବାହିକରେ ଓଡ଼ିଶାର କିଛି ଅନାଲୋଚିତ ପରାକ୍ରମୀ ବୀର ଓ ବୀରାଙ୍ଗନାଙ୍କୁ ସ୍ଥାନିତ କରିବା ପାଇଁ ବିଶିଷ୍ଟ ସାହିତ୍ୟିକ ଅଭୟ ଦ୍ବିବେଦୀ ମହୋଦୟ ଶ୍ରୀମତି ସିହ୍ନାଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଲକ୍ଷ୍ମଣ ଦେହୁରୀ ଭାଇ ଓ ପରିଚାଳକ ବିକ୍ରମ ପରିଜା ଶାନ୍ତି ମନ୍ତ୍ର ପାଠକରି ସଭାକୁ ସାଙ୍ଗ କରିଥିଲେ। ନୂଆଦିଲ୍ଲୀରୁ ଗରୁଡ଼ ପ୍ରକାଶନ ତରଫରୁ ରାହୁଲ କୌଶିକ ପ୍ରଛଦ ପଟରୁ ଭାରଚୁଆଲ ଗୁଗୁଲ ମିଟିଙ୍ଗକୁ ପରିଚାଳନା କରୁଥିଲେ।

Thanks for publishing this news . First reporting on the release of Saffron Swords (Odiya).