01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରଶାସନ ତରଫରୁ ବଣ୍ଡାଘାଟିରେ ପଲିଥିନ ବଣ୍ଟନ…

ମାଲକାନଗିରିଜିଲ୍ଲା (ସ.ଖ.ପ୍ର ):ଜିଲ୍ଲାରେ ଲଗାଣ ବର୍ଷା ହେବାଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନ ସହ ବଣ୍ଡାଘାଟିରେ ମଧ୍ୟ ଅବସ୍ଥା ଶୋଚନୀୟ ହୋଇଯାଇଥିଲା |ଖଇରପୁଟ ବ୍ଲକ ପ୍ରଶାସନ ମୁଦୁଲିପଡ଼ା ଓ ଅଣ୍ଡରାହାଲ ପଂଚାୟତର ପ୍ରଭାବିତ ଲୋକଙ୍କୁ ଖାଇବା ପାଇଁ ଓ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା |ଯେଉଁ ମାନଙ୍କ ଘର ନଷ୍ଟ ହୋଇଯାଇଥିଲା ସେମାନଙ୍କୁ ପଲିଥିନ ଦିଆଯାଇଥିଲା |କେତେଜଣ ପଲିଥିନ ପାଇନଥିବା ଅଭିଯୋଗ ହେବାରୁ ଖଇରପୁଟ ତହସିଲଦାର ରାମ ଚନ୍ଦ୍ର ନାୟକ ନିଜେ ନିଜର କେତେଜଣ କର୍ମଚାରୀଙ୍କ ସହ ବଣ୍ଡାଘାଟିର କେତେକ ଅଂଚଳ ଯାଇ ଲୋକଙ୍କୁ ପଲିଥିନ ବାଣ୍ଟିଥିଲେ |ଲୋକଙ୍କୁ ଏଥି ପାଇଁ ପ୍ରାୟ ୨୦ରୁ ୨୨ କିଲୋମିଟର ଯାଇ ଖଇରପୁଟରୁ ଏହି ପଲିଥିନ ଆଣିବାକୁ ପଡୁଥିଲା |ଏବେ ତହସିଲଦାର ନିଜେ ତାଙ୍କ ପାଖକୁ ଯାଇ ପଲିଥିନ ବିତରଣ କରିବାରୁ ସେଠାକାର ଲୋକେ ପ୍ରଶଂସା କରିଛନ୍ତି |ସମସ୍ତଙ୍କ କେତେ କ୍ଷତି ଘଟିଛି ଆକଳନ କରାଯାଇ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ଶ୍ରୀ ନାୟକ କହିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *