ପ୍ରଶାସନିକ ଅବହେଳା ଯୋଗୁଁ ବାଜି ଲାଗୁଛି ନିରୀହ ଜୀବନ…

ମାଲକାନଗିରି (ସ.ଖ.ପ୍ର ):ଏବେ କୋଭିଡ-୧୯ ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ କିଛି ନିୟମମାନ କରିଛନ୍ତି |କିନ୍ତୁ କେତେକ ସ୍ଥାନରେ ପ୍ରଶାସନିକ ଅବହେଳା ହେଉ କିମ୍ବା ଅମାନିଆ ମାନଙ୍କ ମୁଣ୍ଡବୁଲା କାର୍ଯ୍ୟ ପାଇଁ ନିରୀହ ଜୀବନ ବାଜି ଲାଗୁଛି |ମାଲକାନଗିରି ଜିଲ୍ଲାର କେତେକ ଛକ ସ୍ଥାନରେ ପ୍ରଶାସନ ତତ୍ପର ହୋଇ ଲୋକଙ୍କୁ ସଚେତନ କରୁଛି ଏବଂ ଅମାନିଆମାନଙ୍କୁ ସାବାଡ଼ କରୁଛି |କିନ୍ତୁ ଗାଁ ଗହଳିରେ ସ୍ଥିତି ଓଲଟା |ସଂକ୍ରମଣର ଆଶଙ୍କା କରି କେଉଁ ଗାଡ଼ିରେ କେତେଜଣ ଯିବେ ସେଥିପାଇଁ ସରକାରୀ ନିୟମ ରହିଛି |ଗୋଟିଏ ଅଟୋ କିମ୍ବା କାରରେ ଡ୍ରାଇଭର ସହ ୨ ଜଣ ଯାଇପାରିବେ କିନ୍ତୁ ସହରର କେତେକ ସ୍ଥାନରେ ଓ ଗାଁ ଗହଳିରେ ନିୟମକୁ ଫୁ କରି ମାଳ ମାଳ ଲୋକ ଯାଉଛନ୍ତି |ଏହା ଦ୍ୱାରା ସଂକ୍ରମଣ ବଢିବାର ସମ୍ଭାବନା ବଢିଯାଇଛି ତେଣୁ ସରକାରୀ ବାବୁ ଓ ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି |