02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରଶାସନକୁ ଭରସା ନ କରି, ନିଜେ ନାଳ ତିଆରି କଲେ ଗ୍ରାମବାସୀ…

ମାଲକାନଗିରି (ସ.ଖ.ପ୍ର ): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦରରେ ଲୋକମାନେ ବର୍ଷା ଦିନେ ବହୁତ କଷ୍ଟ ଭୋଗୁଛନ୍ତି |ନିଜ ଘର ଆଗରେ ପାଣି ଜମି ବାହାରକୁ ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଥିଲେ, ପାଣି ଜମି ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗରେ ପଡୁଥିଲେ |ତେଣୁ ଗ୍ରାମବାସୀ ବ୍ଲକ ଓ ପଂଚାୟତ ଅଧିକାରୀମାନଙ୍କ ପାଖକୁ ବାରମ୍ବାର ଗାଁରେ ନାଳ କରିବା ପାଇଁ ଲିଖିତ ଆକାରରେ ଜଣାଇଥିଲେ |କିନ୍ତୁ ତାଙ୍କୁ କିଛି ବି ସୁଫଳ ମିଳିଥିଲା |ଶେଷରେ ଗ୍ରାମବାସୀ ନିଜେ ନାଳ କରିବାକୁ ପ୍ରସ୍ତୁତ ହେଲେ ଓ ସେମାନେ ବାଲି, ମୁରୁମ, ସିମେଣ୍ଟ ସବୁ ଆଣିଲେ |ନାଳ ଖୋଳି ନିଜେ ସବୁ କାମ କରିବାର ନଜରକୁ ଆସିଛି |ଏବେ ପ୍ରାୟ ୭୫ ଭାଗ କାମ ସରିଯାଇଛି |ଆଉ କିଛି ଦିନ ମଧ୍ୟରେ ନାଳ କାମ ସରିଯିବ ବୋଲି ଉଜ୍ଜଳ ବିଶ୍ୱାସ, ବିପୁଲ ମଂଡଲ ଓ ଲକ୍ଷ୍ମୀକାନ୍ତ ତ୍ରିପାଠୀ କହିଛନ୍ତି |ଗ୍ରାମବାସୀର ଏପରି ପ୍ରଶାସନକୁ ନ ଜଗି ନାଳ ତିଆରି କରିବାକୁ ସମାଜର ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *