02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରଶାସନକୁ ଅପେକ୍ଷା ନ କରି ଗ୍ରାମବାସୀ ପାହାଡ କାଟି ୭ କିଲୋମିଟର ରାସ୍ତା ନିର୍ମାଣ କଲେ

ମାଲକାନଗିରି(ସଖପ୍ର):ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଅନେକ ଗାଁକୁ ଆଜିପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ । ଫଳରେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଗୁହାରି କରିବାପରେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ପାହାଡ଼ ପର୍ବତ ଚାରି ଆଡେ ଘେରି ରହିଥିବାରୁ ପଞ୍ଚାୟତର ଲୋକଙ୍କୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ଗୁପ୍ତେଶ୍ୱର, ଦଣ୍ଡାବାଡ଼ି, ରାମଗିରି ଗ୍ରାମରେ ବସୁଥିବା ସାପ୍ତାହିକ ହାଟକୁ ନିଜ ଉତ୍ପାଦିତ ପନିପରିବା ଓ ଜଙ୍ଗଲ ଜାତ ଦ୍ରବ୍ୟକୁ ବିକ୍ରୀ ପାଇଁ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । କରୋନା ମହାମାରୀ ଚାଲିଥିବାରୁ ଗ୍ରାମବାସୀ କୁଆଡେ କାମକୁ ନଯାଇ ଗାଁରେ ରହିଛନ୍ତି । ଫିଲ୍ମରୁ ଅନୁପ୍ରାଣିତ ହୋଇ ନିଜ ଗାଁକୁ ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାଝିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହା ପର ଠାରୁ ମାଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ । ଏଥିରୁ ଅନୁପ୍ରାଣିତ ହୋଇ ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁନିପଲି ଗାଁରେ ଏକ ବୈଠକ କରାଯାଇ କୁଟୁନି ପାଲି ପଞ୍ଚାୟତ ସଦର ମହକୁମା ଠାରୁ ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ଶ୍ରମଦାନ କରି ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ନିଷ୍ପତ୍ତି ଅନୁଯାୟୀ ଗ୍ରାମର ସମସ୍ତ ପୁରୁଷ ଲୋକ ଏକାଠି ହୋଇ ହାତରେ କୋଡ଼ି, କୋଦାଳ, ଧରି ନିଜ ଯାତାୟାତର ସୁବିଧା ପାଇଁ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିଲେ । ଶେଷରେ ସେମାନେ ଦୀର୍ଘ ୭ କିଲୋମିଟର ପାହାଡ଼କୁ କାଟି ରାସ୍ତା କରିବାରେ ସଫଳ ହୋଇଥିଲେ । ଏହି ରାସ୍ତା ନିର୍ମାଣ ହେବା ପରେ ଗ୍ରାମବାସୀ ଅକ୍ଳେଶରେ ବୈପାରୀଗୁଡା ବ୍ଲକର ବିଭିନ୍ନ ହାଟ ଓ ଗାଁ କୁ ଯିବାଆସିବା କରିପାରୁଛନ୍ତି ।ଏହି ଗାଁର ଲୋକେ ଏବେ ସାରା ରାଜ୍ୟ ପାଇଁ ଉଦାହରଣ ପାଲଟିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *