03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରବାସୀ ଓଡିଆ ବେଖାତିରି କଲେ ସରକାରଙ୍କ ନିୟମକୁ

ବାଲେଶ୍ଵର,୧୫/୫–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଡନୂଆଗାଁ ପଞ୍ଚାୟତର ପିହାଣଗଡିଆ ଗ୍ରାମର ସୁଶାନ୍ତ କୁମାର ନାୟକ ଏବଂ ତାଙ୍କର ସ୍ତ୍ରୀ ଆଜି ସକାଳେ ସୁରତରୁ ଆସି ବ୍ଲକ କାର୍ଯ୍ଯାଳୟରେ ପହଞ୍ଚି ଥିଲେ । ବ୍ଲକ ପ୍ରଶାସନ ଗାଡିରେ ନେଇ ବାଘୁଆ ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଛାଡିଥିଲେ । ମାତ୍ର ଶ୍ରୀ ନାୟକ ଏବଂ ତାଙ୍କର ସ୍ତ୍ରୀ କେନ୍ଦ୍ରରେ ନରହି ପରିବାର ମଧ୍ୟରେ ରହିଛନ୍ତି । ଖବରପାଇ ଗ୍ରାମବାସୀଙ୍କ ସହିତ ଆଶା ଓ ଅଙ୍ଗନୱାଡି କର୍ମୀମାନେ ତା’ ଘରକୁ ଯାଇ ସରକାରଙ୍କ ନିୟମ ଅଛି ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରିଲେ ପ୍ରଥମେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡିବ, ତୁମେ କାହିଁକି ଘରେ ରହିଛ । ପରେ ସରପଞ୍ଚ ପହଞ୍ଚି ବୁଝାଇଥିଲେ ମଧ୍ୟ ମାନୁ ନାହାନ୍ତି । ଖଵରପାଇ ବିଡ଼ିଓ ଓ ଏମ୍ଆଇ ଘଟଣା ସ୍ଥଳରେ ପହଞ୍ଚି ଶ୍ରୀ ନାୟକ ଓ ତାଙ୍କର ସ୍ତ୍ରୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ବୁଝାସୁଝା କରିଥିଲେ ମଧ୍ଯ ଶୁଣୁ ନାହାନ୍ତି । ଯାହାଦ୍ବାରା ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି କରୋନା ମହାମାରୀ ବ୍ଯାପିବା ନେଇ । ଆହୁରି ମଧ୍ୟ ଶ୍ରୀ ନାୟକ କହୁଛନ୍ତି ମୋତେ ଜିଲ୍ଲାପାଳ କହିଛନ୍ତି ଘରେ ରହିବାକୁ । ଏହିଭଳି ବିଭିନ୍ନ ପ୍ରକାର ଯୁକ୍ତି କରିବା ଦ୍ବାରା ତା’ର ପ୍ରତିବାଦରେ ପିଆଣଗଡିଆ ଗ୍ରାମବାସୀମାନେ ଶ୍ରୀ ନାୟକ ଓ ତାଙ୍କର ସ୍ତ୍ରୀକୁ ସରକାରଙ୍କ ନିୟମ ଦୃଷ୍ଟିରୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ରାସ୍ତାରୋକ କରିଛନ୍ତି । ଯାହାଦୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀଙ୍କ ଠାରୁ ଗଣମାଧ୍ୟମକୁ ଖବର ମିଳିଛି । ଏଥିପ୍ରତି ତୁରନ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *