01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ ପ୍ରତ୍ୟାହାର ଦାବି ନେଇ କେଜିଭିବି ଛାତ୍ରୀଙ୍କ ସ୍କୁଲ ଆଗରେ ଧାରଣା….

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ସିନ୍ଧ୍ରୀମାଳ କସ୍ତୁରୁବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଗରେ 50 ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କ ଧାରଣା । ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ନାୟକଙ୍କୁ ନିଲମ୍ବିତ ପ୍ରତ୍ୟାହାର ପାଇଁ ବିଦ୍ୟାଳୟ ଛାତ୍ରୀଙ୍କ ଧାରଣା।ମୋ ସ୍କୁଲ ନାଁ ରେ ଅର୍ଥ ଆଦାୟ କରି ହେରଫେର ଅଭିଯୋଗ ରେ ନିଲମ୍ବିତ କରାଯାଇଥିଲା ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ନାୟକଙ୍କୁ।
ମାଲକାନଗିରି ନିକଟସ୍ଥ ସିନ୍ଧ୍ରୀମାଳ କସ୍ତୁରିବା ଗାନ୍ଧୀ ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀମାନେ ଧାରଣା ପ୍ରଦର୍ଶନ କରିଛନ୍ତି । ଗତ କାଲି ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ନାୟକଙ୍କୁ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ନିଳମ୍ବିତ କରିଥିବାରୁ ଛାତ୍ରୀମାନେ ତାଙ୍କୁ ତୁରନ୍ତ ସ୍କୁଲକୁ ଫେରାଇ ଆଣିବା ସହ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଅଡି ବସିଛନ୍ତି । ଅନ୍ୟପଟେ ସ୍କୁଲ ଗେଟରେ ତାଲା ପଡିଥିବାରୁ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବାହାରେ ଅପେକ୍ଷା କରି ରହିଛନ୍ତି । ଦଶମ ଶ୍ରେଣୀ ଛାତ୍ରୀ ମାନେ ପାସ ହେବା ପରେ ସ୍କୁଲ୍ ଛାଡିବା ପ୍ରମାଣ ପତ୍ର ନେଉଥିବା ବେଳେ ସ୍କୁଲ ବିକାଶ ପାଇଁ କିଛି ଅର୍ଥ ସହଯୋଗ କରିଥିଲେ । ତେବେ ଏହାକୁ ନେଇ ଦୁଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରଶାସନ ତଦନ୍ତ କରିବାପରେ, ତାଙ୍କୁ ନିଲମ୍ବନ କରାଯାଇଥିଲା ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *