ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ କରୋନା ମୁକାବିଲା ସକାଶେ ୨୫୦୦୦ ଟଙ୍କାର ସହାୟତା ଦେଲେ ଡକ୍ଟର ବିରେନ୍ଦ୍ର କୁମାର ଯାଦବ
ବରଗଡଜିଲ୍ଲା: ପ୍ରଧାନମନ୍ତ୍ରୀ ରିଲିଫଫଣ୍ଡକୁ କରୋନା ମୁକାବିଲା ସକାଶେ ୨୫୦୦୦ ଟଙ୍କାର ସହାୟତା ଦେଲେ ଡକ୍ଟର ବିରେନ୍ଦ୍ର କୁମାର ଯାଦବ। ଶିକ୍ଷା ସଂସ୍କୃତିର ସମୟ ଦେଶରେ ପାଦ ମିଶେଇ ଗରିବ ଲୋକଙ୍କର ମନରେ ନୂଆଁ ଆଶା ସୃଷ୍ଟି କରିଥିବା ଓଡିଶାର ବିଶିଷ୍ଠ ସମାଜସେବୀ ତଥା ଶିକ୍ଷାବିତ ଡକ୍ଟର ବିରେନ୍ଦ୍ର କୁମାର ଯାଦବ କରୋନା ମୁକାବିଲା ପାଇଁ ସରକାରଙ୍କ କାର୍ଯ୍ୟକଳାପକୁ ଆହୁରି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ( PM CARE) କୁ ବ୍ୟକ୍ତିଗତ ଭାବେ ୨୫୦୦୦ (ପଚିଶ ହଜାର ଟଙ୍କା )
ଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ହଜାରୁ ବାଗ ଫାଉନଣ୍ଡେସନ ମାଧ୍ୟମରେ ବହୁ ଗରିବଙ୍କୁ ଚାଉଳ, ଚୂଡା ଓ ଅଟା ବଣ୍ଟନ କରି ସାହାଯ୍ୟର ହାତ ବଢାଇ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ ହୋଇଆସୁଛନ୍ତି । ଡକ୍ଟର ବାଗ ମହତ ଉଦ୍ଦେଶ୍ୟରେ ସହାୟତା କରିଥିବାରୁ ଅଞ୍ଚଳବାସୀ ସାଧୁବାଦ ଜ୍ଞାପନ କରି ଧନ୍ୟବାଦ ଦେଇଛନ୍ତି।
ବରଗଡ ପ୍ରତିନିଧି ମୋତିଲାଲ ବାଗ