November 18, 2025

Sabubarga Khabar

All category news

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଲଟିଛି ମରଣ ଯନ୍ତା

ମାଲକାନଗିରି (ସଖପ୍ର): ମାଲକାନଗିରି ସଦର ମହକୁମା ଠାରୁ ୩୦ କିଲୋମିଟର ଦୂର କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ଗ୍ରାମ ପଞ୍ଚାୟତ ଅଧୀନ ପଗୁରୁକୋଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଟି ଗ୍ରାମବାସୀଙ୍କ ପାଇଁ ମରଣ ଯନ୍ତା ପଲିଟିଛି । ମୂଖ୍ୟ ସଡ଼କ ଠାରୁ ପଗୁରୁକୋଣ୍ଡା ପଯ୍ୟନ୍ତ ପ୍ରାୟ ୨.୭ କି. ମି ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଦ୍ୱାରା ୧୧.୧୦୨୦୧୭ ତାରିଖ ରେ ତିଆରି ହୋଇ ୧୦.୦୭.୨୦୧୮ ରେ ରାସ୍ତା କାମ ସମ୍ପୂର୍ଣ ହୋଇଥିଲା । ରାସ୍ତା ଟିର ଅଟକଳ ମୂଲ୍ୟ୧ କୋଟି ୧୩ ଲକ୍ଷ ଟଙ୍କାରୁ ଉର୍ଧ୍ଵ ହୋଇଥିବା ବେଳେ ରାସ୍ତାଟିର ୫ବର୍ଷ ପଯ୍ୟନ୍ତ ଦେଖାରଖା ପାଇଁ ୧୨ଲକ୍ଷରୁ ଉର୍ଧ୍ଵ ଟଙ୍କା ପ୍ରଦାନ କରାଯାଇଥିବା ଏବଂ ଠିକାଦାରଙ୍କ ନାଁ ମହାରାଜ ବିଶ୍ୱାସ ବୋଲି ସୂଚନା ଫଳକରେ ଉଲ୍ଲେଖ ରହିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦାସୀନତା ଏବଂ ଠିକାଦାରଙ୍କ ଅବହେଳା ଯୋଗୁ ରାସ୍ତା ତିଆରି ହେବା ଠାରୁ ପ୍ରାୟ ୩ବର୍ଷ ହେବ କୌଣସି ମରାମତି କାଯ୍ୟ ହେଉନାହିଁ । ଯାହାଫଳରେ ବର୍ଷା ଋତୁରେ ଗ୍ରାମରୁ ନିକଟସ୍ଥ ସହର ପଟେରୁ, କାଲିମେଳା ଓ ମାଲକାନଗିରି କୁ ବ୍ୟବସାୟ କିମ୍ବା ସ୍ୱସ୍ଥ୍ୟଗତ ସମସ୍ୟା ଦେଖାଗଲେ ଯିବା ଆସିବାକୁ ସମ୍ଭବ ହେଉନାହିଁ । ଏହାର ମରାମତି ଯଥାଶୀଘ୍ର କରିବା ପାଇଁ ଅଂଚଳବାସୀ ପ୍ରଶାସନ ପାଖରେ ଦାବି କରିଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.