November 18, 2025

Sabubarga Khabar

All category news

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ନ ମିଳିବାରୁ ଜିଲ୍ଲାପାଳଙ୍କ ନିକଟରେ ହିତାଧିକାରୀ ମାନଙ୍କର ଅଭିଯୋଗ

ଭଦ୍ରକ,୨୪/୧୦(ସଖପ୍ର): ଭଦ୍ରକ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ମିଳୁନାହିଁ।ଏଠାରେ ବହୁଦିନ ଧରି କାର୍ଯ୍ୟ କରୁଥିବା କିଛି ହିତାଧିକାରୀ ଙ୍କ ମନମୁଖୀ କାମ ଯୋଗୁଁ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଯୋଗ୍ୟ ହିତାଧିକାରୀ ବାରମ୍ବାର ବ୍ଲକ କୁ ଦୌଡ଼ି ନିରାଶ ହେଉଛନ୍ତି।ଜିଲ୍ଲାପାଳ ଦାବି ନ ଶୁଣିଲେ ହିତାଧିକାରୀ
ମାନେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି।ରାଜ୍ୟ ସରକାର 5T ଯୋଜନା ରେ ସ୍ୱଚ୍ଛ ଶାସନ କଥା କହୁଥିବା ବେଳେ ଭଦ୍ରକ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ଅଧିକାରୀ ପାଉନାହାନ୍ତି। ଭଙ୍ଗା ଛାତ ତଳେ ଜୀବନ ବିତାଉଥିବା ଆନେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ କରାଯାଉ ଥିଲେ ମଧ୍ୟ ସେମାନଙ୍କୁ ଦାୟିତ୍ୱ ରେ ଥିବା ପିଇଓ ଜାଣିଶୁଣି ହଇରାଣ କରୁଥିବା ଭଦ୍ରକ ବ୍ଲକ ଗୁଜିଦରଡା ପଞ୍ଚାୟତ ର ହିତାଧିକାରୀ ଅଭିଯୋଗ କରିଛନ୍ତି।ଗୁଜିଦରଡା ପଞ୍ଚାୟତ ରେ ୨୦୧୯-୨୦ ଆର୍ଥିକ ବର୍ଷରେ ସୁଦର୍ଶନ ଯେନା ଙ୍କ ପତ୍ନୀ କନକଲତା ଯେନା ଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ହୋଇଥିଲା । ତାଙ୍କର କ୍ରମିକ ନମ୍ବର ୧୬ ରହିଥିବା ବେଳେ ଆଇଡି ନମ୍ବର -୨୪୪୦୬୯୭ ରହିଛି। ତାଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ତାଙ୍କ ଦିଆଯିବ ବୋଲି ପିଇଓ କହିବା ପରେ ସେ ତାଙ୍କର ଚାଳ ଛପର ଘରକୁ ଭାଙ୍ଗି ଦେଇଥିଲେ।ମାତ୍ର ଏବେ ତାଙ୍କୁ ପ୍ରଥମ ପର୍ଯ୍ୟାୟ ଟଙ୍କା ଦିଆଯାଉ ନାହିଁ। କନକ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କେବଳ କନକ ନୁହେଁ, କନକଙ୍କ ପରି ଏହି ପଞ୍ଚାୟତ ରେ ରମେଶ ସାହୁଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା କିନ୍ତୁ ରମେଶ ଙ୍କୁ ମଧ୍ୟ ଟଙ୍କା ମିଳୁ ନଥିବା ରୁ ସେ ଜିଲ୍ଲାପାଳଙ୍କ ନିକଟ ରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି।

ଭଦ୍ରକରୁ ଆଶିଷ ରଞ୍ଜନ ପତି

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.