ପ୍ରଧାନମନ୍ତ୍ରୀଙ୍କ ଠାରୁ ଏକ୍ସଲେନ୍ସ ପୁରସ୍କାର ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ.

କୋରାପୁଟ ଜିଲ୍ଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ୍ସିଲେନ୍ସ ଆଓ୍ବାର୍ଡ ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍ । ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ ଉପଲକ୍ଷେ DARPG ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଏହି ଆୱାଡ ପ୍ରଦାନ କରିଛନ୍ତି । ଗତ ୧୮ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ୧୧ଟି କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା କରି ହିତାଧିକାରୀଙ୍କ ନିକଟରେ ସୁଫଳ ପହଞ୍ଚାଇ ଥିବାରୁ କୋରାପୁଟ ଜିଲ୍ଲା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମ୍ ଆସି ଅନୁଧ୍ୟାନ କରିବା ପରେ ଏହି ପୁରସ୍କାର ପାଇବାକୁ କୋରାପୁଟ ଜିଲ୍ଲା ଯୋଗ୍ୟ ବିବେଚିତ ହୋଇଛି । ଭାରତ ବର୍ଷର ୭୧୦ ଟି ଜିଲ୍ଲା ମଧ୍ୟରୁ କେବଳ ୫ଟି ଜିଲ୍ଲା ଏହି ଆଓ୍ବାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ୫ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର କୋରାପୁଟ ଜିଲ୍ଲା ସ୍ଥାନ ପାଇଛି । ଏଥିପାଇଁ କୋରାପୁଟ ଜିଲ୍ଲପାଳ ଜିଲ୍ଲାର ସମସ୍ତ ଅଧିକାରୀ ,କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।