12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ଜିତିଲେ ୨ ପ୍ରତିଯୋଗୀ

ବାଲେଶ୍ବର,୧୨/୦୨- ସାହିତ୍ୟର ବିକାଶ ପାଇଁ ବାଲେଶ୍ବର ଜିଲ୍ଲା ଖଇରା ଠାରେ ୨୦୧୯ ମସିହାରେ ଗଢିଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଆଳଦା, ଖଇରା,ବାଲେଶ୍ବର ପ୍ରତିମାସ ଆୟୋଜନ କରିଚାଲିଛି ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତା କାର୍ଯ୍ୟକ୍ରମ । ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ଚାଲୁରହିଥିବା ବେଳେ ଏବେ ଆଉପାଦେ ଆଗକୁ ଯାଇ ” ମୋ ଅନୁଷ୍ଠାନ ” ଫେସବୁକ୍ ଗୃପରେ ଆରମ୍ଭ କରିଛି ଗଦ୍ଯ ସହିତ ପଦ୍ଯ ସାହିତ୍ୟର ପ୍ରତିଯୋଗିତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଗତ ତା ୦୭/୦୨/୨୦୨୧ ରିଖରେ ହୋଇଥିବା ପ୍ରତିଯୋଗିତାରେ ଗଦ୍ଯ ସାହିତ୍ୟ(ଗଳ୍ପ) ବିଭାଗରେ ଏଲି ଦାସ,ଢେଙ୍କାନାଳ ଜିଲ୍ଲା, ଡମ୍ବରୁଧର ଦାଶ, କେନ୍ଦୁଝର ଜିଲ୍ଲା, ପ୍ରିୟମ୍ବଦା ରାଉତ,ମାଲକାନଗିରି ଜିଲ୍ଲା,ପ୍ରତାପ କିଶୋର ରାଉତ,କେନ୍ଦୁଝର ଜିଲ୍ଲା ଓ ବାଲେଶ୍ବର ଜିଲ୍ଲା ଫତେପୁର, ଖଇରାରୁ ରାଜଗୁରୁ ସିଅ ଭାଗ ନେଇଥିଲେ । ସେହିପରି ପଦ୍ଯ ସାହିତ୍ୟ(କବିତା) ବିଭାଗରେ ଅନୁଗୋଳ ଜିଲ୍ଲାର ଶିକ୍ଷୟିତ୍ରୀ ତଥା ସୁକବୟିତ୍ରୀ କୁମୁଦିନୀ ବେହେରା ଓ ନନ୍ଦନୀ ରାଉତ ଏବଂ କେନ୍ଦୁଝର ଜିଲ୍ଲାର ଶିକ୍ଷୟିତ୍ରୀ ତଥା ସୁକବୟତ୍ରୀ ଦୀପ୍ତି ଦେବଦର୍ଶିନୀ ସୂତାର ଭାଗ ନେଇଥିଲେ । ଯାହାର ଫଳାଫଳ ଆଜି ପ୍ରକାଶ ପାଇଛି । ଏଥିରେ ଗଦ୍ଯ ବିଭାଗରେ ରାଜଗୁରୁ ସିଅ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପଦ୍ଯ ବିଭାଗରେ କୁମୁଦିନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରି ନିଜ ନଜି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଉଭୟ ବିଭାଗର ପ୍ରଥମ ପ୍ରତିଯୋଗୀଙ୍କ ସାହିତ୍ୟ ଲିଖନରେ ଖୁସିହୋଇ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଉଭୟଙ୍କୁ ମୋଟ ୨୦୨(୧୦୧+୧୦୧)ଟଙ୍କା ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି । ଏଥିସହିତ ସମସ୍ତ ୮ଜଣ ପ୍ରତିଯୋଗୀଙ୍କ ସୃଷ୍ଟିକୁ ସମ୍ମାନ ଦେବା ସହିତ ଆହୁରି ସୁନ୍ଦର ସୁନ୍ଦର ସାହିତ୍ୟ ସୃଷ୍ଟି ଦିଗରେ ଲେଖନୀ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *