ପ୍ରତିଭା ପରିବାର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଲେ ସଭ୍ଯ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା
ବାଲେଶ୍ଵର,୨୨/୧୨– ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ନିକଟସ୍ଥ ଡ଼. ହରେକୃଷ୍ଣ ରାଉତଙ୍କ ହୋମିଓପ୍ୟାଥିକ କ୍ଲିନିକ୍ ରେ ପ୍ରତିଭା ପରିବାରର ଆଗମୀ ଜାନୁୟାରୀ ତା ୧୧/୦୧/୨୦୨୦ ଓ ୧୨/୦୧/୨୦୨୦ ରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରତିଭା ପରିବାରର ସ୍ଥାୟୀ ସଭାପତି ଚିନ୍ତାମଣି ସାହାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ,ହରେକୃଷ୍ଣ ରାଉତ,ପ୍ରସାନ୍ତ ଦାସ,ବୁଦ୍ଧିରାମ ପାଣିଗ୍ରାହୀ, ଅନନ୍ତ କିଶୋର ଉପାଧ୍ଯାୟ ବିଭୂତି ତ୍ରିପାଠୀ, ସନାତନ ବେହେରା, ଦେବେନ୍ଦ୍ର ରାଉତ, ଡମ୍ବରୁଧର ମହାନ୍ତି, ବିମନ ବାରିକ,ରଘୁନାଥ ପତ୍ରୀ,ଶଶିକାନ୍ତ ଦାସ,ସଙ୍କୀର୍ତ୍ତନ ପଣ୍ଡା,ରାମକୃଷ୍ଣ ଦାସପଟ୍ଟନାୟକ,ସୁଲୋଚନା ଭୋଇ,ଚିନ୍ମୟୀ ରାଉତ ପ୍ରମୁଖଙ୍କ ସମେତ ୨୨ଜଣ ଉପସ୍ଥିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୌଣସି କାରଣ ବଶତଃ ଅନ୍ଯ ସଭ୍ଯ/ସଭ୍ଯାମାନେ ଉପସ୍ଥିତ ହୋଇପାରି ନ ଥିଲେ । ଶେଷରେ ସଭ୍ଯ/ସଭ୍ଯାମାନଙ୍କ ମଧ୍ଯରେ ବାର୍ଷିକ ଉତ୍ସବ ପାଇଁ ବିଭାଗ ବଣ୍ଟନ କଥା ସ୍ଥିରୀକୃତ ହେବାପରେ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ ସଭ୍ଯ ଓ ସଭ୍ଯାମାନଙ୍କ ମଧ୍ଯରେ ବିଭିନ୍ନ ବିଭାଗ ବଣ୍ଟନ କରାଯିବା କଥା ଘୋଷଣା କରିଥିଲେ । ଏହି ପ୍ରତିଭା ପରିବାରର ଆଜୀବନ ସଭ୍ଯ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଦାୟିତ୍ୱ ବଣ୍ଟନରେ ସହଯୋଗ କରିଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।