ପୌରାଞ୍ଚଳ ସ୍ତରୀୟ ପରବ ଉଦ୍ଘାଟିତ
ଜୟପୁର ୧୪/୧୧(ସଖପ୍ର): ଜୟପୁର ପୌରାଞ୍ଚଳସ୍ତରୀୟ ‘ପରବ’ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ମା’ ଭଗବତୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ମା’ଙ୍କ ନିକଟରୁ ମଶାଲ ଶୋଭାଯାତ୍ରା ବାହାରି ଦଶହରା ପଡ଼ିଆରେ ପହଞ୍ଚିଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ମଶାଲ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ଏସ୍ଏଚ୍ ସଦସ୍ୟା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବିଧାୟକ ବାହିନୀପତି ଢ଼େମସା ଓ ଲୋକନୃତ୍ୟ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଧାୟକଙ୍କ ସହିତ କିଛି ମହିଳା ଓ ପୁରୁଷ କାଉନ୍ସିଲର ବି ନାଚୁଥିବା ଦେଖିବାକୁ ମିଳିଥିଲା। ବାଦ୍ୟବାଜଣା ଓ ଆତସବାଜିରେ ସହର ଦୁଲୁକି ଉଠିଥିଲା। ଏହି ଶୋଭାଯାତ୍ରାରେ କେସିସି ବ୍ୟାଙ୍କ ପରିଚାଳନା କମିଟି ଅଧ୍ୟକ୍ଷ ଇଂ. ଈଶ୍ବର ପାଣିଗ୍ରାହୀ, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତା,ବିଜେଡି ନେତା ସୁବାସ ରାଉତ, ପୂର୍ବତନ ପୌର ଉପାଧ୍ୟକ୍ଷ ମୁନ୍ନା ରଥ, ବାପି ପରିଡ଼ା, ଧର୍ମେନ୍ଦ୍ର ଅଧିକାରୀ, ସିଡିଏମ୍ଓ ଡ. ଅରୁଣ ପାଢ଼ୀ, ସ୍ଵେଚ୍ଛାସେବୀ ସଂଜୟ ଜୈନ, ନିଶାନ ପଟ୍ଟନାୟକ, କାର୍ତ୍ତିକ ରାଉତ, ଶଙ୍କର ପ୍ରହରାଜ, ଲକ୍ଷ୍ମୀକାନ୍ତ ମିଶ୍ର, ଦେବେନ୍ଦ୍ର ବାହିନୀପତିଙ୍କ ସହ କାଉନ୍ସିଲର ପି. ବିଷ୍ଣୁବର୍ଦ୍ଧନ ରେଡ୍ଡି, ସୁଷମା ମହାପାତ୍ର, ଅନିତା ରାୟ, ପ୍ରଣବ କିଶୋର ନାୟକ, ପାର୍ଥସାରଥୀ ମଲ୍ଲିକ, ଯଶବିନ୍ଦର ସିଂ, ବାବୁ ବିଶୋଇ, ଗୋପୀନାଥ ମହାନ୍ତିଙ୍କ ସହିତ ଅନ୍ୟ କାଉନ୍ସିଲର ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ମୁଖ୍ୟ କିରାଣି ଗୋପାଳ ସାହୁ, ବୃନ୍ଦାବନ ମହାନ୍ତି, ପି. ଜଗଦୀଶ ରାଓ, ରାଜଶେଖର ରାଓ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଫୁଟବଲ, ଭିଲବଲ, ୧୬ରେ ଦୌଡ଼କୁଦ,୧୭ରେ କବାଡ଼ି ପ୍ରତିଯୋଗିତା ଦଶହରା ପଡ଼ିଆ ଏବଂ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ। ସେହିପରି ଟାଉନ ହଲ୍ରେ ଆସନ୍ତାକାଲି ଲୋକନୃତ୍ୟ, ୧୬ରେ ଓଡ଼ିଶୀ ନୃତ୍ୟ, ୧୭ରେ ଝୋଟି ପ୍ରତିଯୋଗିତା କରାଯିବ ବୋଲି ସୂଚନା ମିଳିଛି।