03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୋଲିସ ଗାଡି ଧକ୍କାରେ ଜିଆରଏସଙ୍କର ମୃତ୍ୟୁ, ୩ ପୋଲିସ ଅଧିକାରୀ ଗୁରୁତର

ମାଲକାନଗିରି(ସଖପ୍ର): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଏକ ପୋଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ସମୟରେ ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ପ୍ରମୁଖ ପୋଲିସ ଗାଡ଼ିରେ ମାଲକାନଗିରି ଅଭିମୁଖେ ଯାଉଥିଲେ। ମାଥିଲି ଥାନା ନିକଟରେ ଜାତୀୟ ରାଜପଥ-୩୨୬ରେ ଗାଡ଼ି ସହ ସାମ୍ନା ପଟୁ ନିଜ ସ୍କୁଟିରେ ଆସୁଥିବା ନାୟକଗୁଡ଼ା ଗ୍ରାମପଞ୍ଚାୟତର ଜିଆରଏସ ବାଲରାଜ ସାହୁଙ୍କର ସାମ୍ନାସାମ୍ନି ଧକ୍କା ହୋଇଥିଲା।ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ବାଲରାଜ ସାହୁ ପ୍ରାୟ ୩୦ ଫୁଟ୍ ଉପରକୁ ଯାଇ ତଳେ କଚାଡ଼ି ହୋଇପଡ଼ିଥିଲେ। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଣେ ପୋଲିସ ଗାଡ଼ିଟି ଓଲଟି ଯାଇଥିଲା। ଏଥିଯୋଗୁ ଗାଡ଼ି ଭିତରେ ଥିବା ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ଗୁରୁତର ଆହତ ହୋଇଥିଲେ। ଏହାପରେ ରଘୁନନ୍ଦନ ମାଝିଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *