02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୋଲିସଠାରୁ ନ୍ଯାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସନ୍ଧ୍ୟାରାଣୀ

ବାଲେଶ୍ବର,୯/୬ : ଗତ ତା ୨୩/୨/୨୦୨୦ରିଖରେ ଝିଅ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ମାଆ ସନ୍ଧ୍ୟାରାଣୀ ସ୍ବାଇଁ । ହେଲେ ଏପର୍ଯ୍ୟନ୍ତ କାର୍ଯ୍ଯାନୁଷ୍ଠାନ ଶୂନ୍ୟ । ଘଟଣାରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ଖଇରା ଥାନା ଶାଳଗଡିଆ ଗ୍ରାମର ସନ୍ଧ୍ୟାରାଣୀ ସ୍ବାଇଁ ସ୍ବାମୀ କାର୍ତ୍ତିକ ସ୍ବାଇଁଙ୍କ ଝିଅ କେନ୍ଦୁଝର ଜିଲ୍ଲା ଶୋଷ କଲେଜରେ ପଢେ । ଦୈନିକ ଶାଳଗଡିଆ ଛକରେ ଥିବା ପପୁନ ତରେଇ(ଭଣଜା) ଦୋକାନ ପାଖରେ ସାଇକେଲ ରଖି କଲେଜ ଯାଏ ଏବଂ ସମୟ ପାଇଲେ ତା’ ଦୋକାନରେ ବସି ମୋବାଇଲରେ ଗପେ । ଏହା ଜାଣି ପପୁନ ତରେଇ ଝିଅଠାରୁ ମୋବାଇଲ ନେଇ ରଖିଥିଲା । ହଠାତ୍ ଗତ ତା ୧୯/୨/୨୦୨୦ ରିଖ ଦିନ ଝିଅ କଲେଜ ଯାଇ ଘରକୁ ନ ଫେରିବାରୁ ମାଆ ସନ୍ଧ୍ୟାରାଣୀ ଖୋଜାଖୋଜି କରିଥିଲେ । ଶେଷରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ଭଣଜା ପପୁନ ତରାଇ ଦ୍ବାରା ଆଗରପଡା ନିକଟସ୍ଥ ବଉଳଡିହ ଗ୍ରାମର ଗଙ୍ଗା ରାଉତ ପୁଅ ଶିଲୁ ରାଉତ ଝିଅକୁ ନେଇ ଯାଇଛି । ଏକଥା ମାଆ ଜାଣିବାକୁ ପାଇ ବିଦେଶରେ ଥିବା ଝିଅର ବାପାଙ୍କ ସହିତ କଥା ହେବାପରେ ଗତ ତା ୨୩/୨/୨୦୨୦ରିଖରେ ମାଆ ସନ୍ଧ୍ୟାରାଣୀ ସ୍ବାଇଁ ଖଇରା ଥାନାରେ ଅଭିଯୋଗ କରିଥିଲେ । ହେଲେ ଶ୍ରୀମତୀ ସ୍ବାଇଁ ଥାନା ତରଫରୁ ଏପର୍ଯ୍ୟନ୍ତ କୌଣସି ନ୍ଯାୟ ପାଇନଥିବା ବେଳେ ଶ୍ରୀମତୀ ସ୍ବାଇଁଙ୍କ ସ୍ବାମୀ କାର୍ତ୍ତିକଙ୍କୁ ଥାନା ଏସ ଆଇ ସୁଜାତା ମଲ୍ଲିକ ନାଲି ଆଖି ଦେଖାଉଥିବା ବେଳେ ଏ ଏସ ଆଇ ବାସୁଦେବ ମହାନ୍ତି ଜୋରଜବରଦସ୍ତି ଧମକାଇ ସ୍ବାକ୍ଷର କରି ନେଇଥିବା କଥା ଅଭିଯୋଗ କାରିଣୀଙ୍କ ସ୍ବାମୀ କାର୍ତ୍ତିକ ସ୍ବାଇଁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପୁଅର ବାପା ଜଣେ ମିଲିଟାରୀ ବିଭାଗରେ ଚାକିରୀ କରୁଥିବାରୁ ପୋଲିସ ତା’ ସପକ୍ଷରେ ରହି ସ୍ବାଇଁ ପରିବାରକୁ ଧମକ ଦେଉଛି ବୋଲି କାର୍ତ୍ତିକ ସ୍ବାଇଁ ଗଣମାଧ୍ୟମ ଆଗରେ ଭିଡିଓ ରେକଡ଼ିଂରେ ପ୍ରକାଶ କରିଛନ୍ତି । ଏବିଷୟରେ ସମ୍ପୂର୍ଣ୍ଣ ତଥ୍ଯ ଜାଣିବା ପାଇଁ ଏସ ଆଇ ଏବଂ ଏ ଏସ ଆଇଙ୍କ ସହିତ ଯୋଗାଯୋଗ କରାଯାଇଥଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *