03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ !

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଉଣ୍ଡୁକୋଣ୍ଡା ପଂଚାୟତ ଅନ୍ତର୍ଗତ ଇଞ୍ଚମେଟଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି |ସେଠାରେ ଦେବା ମାଡକାମୀଙ୍କ ୩ ବର୍ଷ ପୁଅ ରମେଶ ଘରୁ ବାହାରକୁ ଖେଳିବାକୁ ଯାଇଥିଲା |ସେ ଆଉ ଘରକୁ ଫେରିନଥିଲା |ତାକୁ ଚାରିଆଡେ ଖୋଜାଖୋଜି କରିଥିଲେ |ଶେଷରେ ତାକୁ ଗାଁ ପୋଖରୀରେ ପାଖରେ ଖୋଜାଖୋଜି ଆରମ୍ଭ କରିଥିଲେ |ଶେଷରେ ଗାଁ ପୋଖରୀରୁ ତାର ମୃତ ଦେହ ଉଦ୍ଧାର କରାଯାଇଥିଲା |ଖବର ପାଇ କାଲିମେଳା ଥାନାଧିକାରୀ ସୁରେଶ କୁମାର ଝାଙ୍କର ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି |କେତେକ ଲୋକ ଏହି ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି |ତଦନ୍ତ ପରେ ସବୁ ଜଣାପଡିବ ବୋଲି ଥାନାଧିକାରୀ ଜଣାଇଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *