05/23/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୋଖରୀରୁ ଉଦ୍ଧାର ହେଲା ମୃତ ହରିଣ

ବାଲେଶ୍ଵର,୩/୫–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଚାନ୍ଦଗୋଛି ମଠ ନିକଟସ୍ଥ ଏକ ପୋଖରୀରେ ଗୋଟିଏ ହରିଣ ଭାସୁଥିବାର ଆଜି ସକାଳେ ଗ୍ରାମବାସୀମାନେ ଦେଖିବାକୁ ପାଇ ପ୍ରଥମେ ଖଇରା ପୋଲିସ ଓ ପରେ ଔପଦା ରେଞ୍ଜରକୁ ଖବର ଦେଇଥିଲେ । ଖବରପାଇ ଔପଦା ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହରିଣକୁ ଉଦ୍ଧାର କରି ଖଇରା ପ୍ରାଣୀ ଚିକିତ୍ସାଳୟକୁ ବ୍ଯବଚ୍ଛେଦ ନିମନ୍ତେ ନେଇଥିଲେ । ବିଭିଓ ରଘୁନାଥ ସିଂଙ୍କ ବ୍ଯବଚ୍ଛେଦ ରିପୋର୍ଟରୁ ସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବାର ଜଣାପଡିଥିଲା । ଗ୍ରାମବାସୀମାନଙ୍କ ଠାରୁ ଯାହା ଜଣାପଡିଛି ଯେ ପ୍ରଥମେ ପୋଖରୀ ପାଖରେ କୁକୁର ମାନଙ୍କର ଖୁବ୍ ଜୋରରେ ଭୁ ଭୁ ଶବ୍ଦ ଶୁଣି ଘଟଣା ସ୍ଥଳକୁ ଦୌଡିଆସି ଏକ ହରିଣ ଭାସୁଥିବାର ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ନିକଟସ୍ଥ ଜଙ୍ଗଲରେ ଖାଦ୍ଯାଭାବ ଦେଖା ଦେଉଥିବାରୁ ବାରମ୍ବାର ବନ୍ଯଜୀବଜନ୍ତୁମାନେ ଖାଦ୍ଯ ଅନ୍ବେଷଣ ନିମନ୍ତେ ଗ୍ରାମାଭିମୁଖି ହେଉଥିବାର ଦେଖାଯାଉଛି । ସେଥିମଧ୍ୟରୁ କେତେକ ବି ମରି ଯାଉଛନ୍ତି । ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି । ତେଣୁ କିପରି ହରିଣ ମୃତ୍ୟୁ ରୋକାଯାଇ ପାରିବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀମାନେ ସରକାରଙ୍କୁ ଗଣମାଧ୍ୟମ ଦ୍ବାରା ନିବେଦନ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *