ପୂର୍ଵ ଛାତ୍ର ମାନଙ୍କୁ ନେଇ ଆଲୋଚନା ଚକ୍ର “ଵିକ୍ରମ ଦେବ ବିଶ୍ୱବିଦ୍ୟାଳୟ କେବେ?
ଜୟପୁର,15/12- ସ୍ଥାନୀୟ ଵିକ୍ରମ ଦେବ ସ୍ୱଂୟ ଶାସିତ ମହାବିଦ୍ୟାଳୟର ପୂର୍ଵ ଛାତ୍ର ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ବାବା ସାହେବ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
“ଵିକ୍ରମ ଦେବ ବିଶ୍ୱବିଦ୍ୟାଳୟ କେବେ” ଶୀର୍ଷକ ଏହି ଆଲୋଚନାରେ କଲେଜର ପୂର୍ବତନ ଅଧ୍ୟାପକ ରବିନାରାୟଣ ପଟ୍ଟନାୟକ ମୁଖ୍ୟବକ୍ତା ଯୋଗଦେଇ ଜୟପୁରରେ ବିଶ୍ୱବିଦ୍ୟାଳୟର ଆବଶ୍ୟକ ସମ୍ପର୍କରେ ଯୁକ୍ତି ରଖିଥିଲେ । ପୂର୍ଵ ଛାତ୍ର ସଙ୍ଘ ଏବଂ କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘର ମିଳିତ ପ୍ରୟାସରେ ଆୟୋଜିତ ଏହି ବୈଠକରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରକାଶ ଦାସ ଏବଂ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ କଲେଜର ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ ସଙ୍ଘ କାର୍ଯ୍ୟକାରି ସଭାପତି ରାଜେନ୍ଦ୍ର ଗୌଡ଼ଙ୍କ ସଂଯୋଜନାରେ ଆହୁତ ଏହି ସଭାରେ ପୂର୍ଵ ଛାତ୍ର ନେତା ସତୀଶ ସାହୁ, ସୂର୍ଯ୍ୟ ପଟ୍ଟନାୟକ, ଧର୍ମେନ୍ଦ୍ର ଅଧିକାରୀ, ନରେନ୍ଦ୍ର ମହାନ୍ତି, ନାନାଜି ଆଚାରି, ସୁଧିର ପାଢ଼ୀ, ରାମନାଥ ତ୍ରିପାଠୀ ପ୍ରମୁଖ ନିଜ ନିଜର ମତ ଦେଇଥିବା ବେଳେ ସହଦେବ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିଶାନ ପଟ୍ଟନାୟକ, ସୁଧାଂଶୁ ପଟ୍ଟନାୟକ, କାର୍ତ୍ତିକ ରାଉତ, ରଶ୍ମି ରଂଜନ ସାଗର ପ୍ରମୁଖ ଉପସ୍ଥିତ ଥିଲେ ।
ଜୟପୁରରୁ ରାଜେନ୍ଦ୍ର ଗୌଡଙ୍କ ରିପୋର୍ଟ