01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୂର୍ବ ବିଧାୟକ ତଥା BSP ନେତା କୃଷ୍ଣ ଚନ୍ଦ୍ର ସଗରିଆଙ୍କ କୋଟପାଡ଼ ଥାନା ଗସ୍ତ

କୋରାପୁଟଜିଲ୍ଲା/ କୋଟପାଡ ୨୯/୭(ସଖପ୍ର) ଆଜି ମଧ୍ୟାହ୍ନରେ କୋରାପୁଟ ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆ କୋଟପାଡ ଥାନାକୁ ଯାଇ ଥାନାରେ ଦିଆଯାଇଥିବା ଏକ ଅଭିଯୋଗ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଅଭିଯୋଗ ପ୍ରକାରେ ଛତର୍ଲା ପଞ୍ଚାୟତ ଅନ୍ତର୍ଗତ ମକାଗାଁ ନିବାସୀ ଗୁରୁନାଥ ହରିଜନ ଗତ ୨୧ ତାରିଖରେ ଠିକା କାମକୁ ନେଇ ଝଗଡା ଓ ପରେ ଜାତିଆଣ ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ପ୍ରଶାନ୍ତ ମହାନ୍ତିଙ୍କ ନାମରେ ଅଭିଯୋଗ କରିଛନ୍ତି । ଏହାପରେ ସେ କୋରାପୁଟ ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ବାସଭବନକୁ ଯାଇ ସମସ୍ତ ବିଷୟ ଅବଗତ କରି ଥିଲେ । ଆଜି ଶ୍ରୀ ସଗରିଆ କୋଟପାଡ଼ ଥାନାକୁ ଆସି ପଚାରି ବୁଝିବା ପରେ ଅଭିଯୋଗ କାରୀଙ୍କୁ ଶୀଘ୍ର ନ୍ୟାୟ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *