ପୂର୍ବଶତ୍ରୃତାକୁ କେନ୍ଦ୍ରକରି ଯୁବବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ନବରଙ୍ଗପୁରଜିଲ୍ଲା(ସଖପ୍ର): ନନ୍ଦାହାଣ୍ଡି ବ୍ଲକ ବି ମାଳିଗୁଡା ଗ୍ରାମର ଯୁବ ବ୍ୟବସାୟୀ କାହ୍ନୁ ଦାଶ ତା୨୦/୦୩/୨୦୨୧ରିଖ ରାତ୍ର ୯ଘଟିକା ସମୟରେ ଯୋଜନାବଦ୍ଧଭାବେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ପୂଜାରୀ ସମ୍ପ୍ରଦାୟର ଯୁବଗୋଷ୍ଠୀ ଏହି ଘଟଣା ଘଟାଇଛନ୍ତି। ଘଟଣା ପ୍ରକାରେ କାହ୍ନୁ ଦାଶଙ୍କ ବ୍ୟବସାୟୀକ ସଫଳତା ସଂପୃକ୍ତ ପୂଜାରୀ ଯୁବଗୋଷ୍ଠିଙ୍କ ପାଇଁ ଅସହ୍ୟ ହୋଇ ପଡୁଥିଲା। ସେମାନେ ସବୁ ମୂହୁର୍ତ୍ତରେ କାହ୍ନୁ ଦାଶଙ୍କୁ ଆକ୍ରମଣ ପାଇଁ ସୁଯୋଗ ଖୋଜୁଥିଲେ। ତେଣୂ ତା୨୦/୦୩/୨୦୨୧ ରିଖ ଦିନ ଅପରାହ୍ନରେ ସଂପୃକ୍ତ ଦଳର ଜଣେ ଯୁବକ ଚିରା କୋଡିଏ ଟଙ୍କିଆ ନୋଟ ନେଇ କାହ୍ନୁ ଦାଶଙ୍କ ବାପାଙ୍କୁ ଦେଇ କୌଣସି ଜିନିଷ କ୍ରୟ କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ ଓ ତାଙ୍କ ବାପାଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳିଦେଇ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଏହି କଥାକୁ କେନ୍ଦ୍ରକରି ପୂର୍ବ ଯୋଜନା ପ୍ରକାରେ କାହ୍ନୁ ଦାଶଙ୍କୁ ଘରୁ ଡାକି ଆଠଜଣ ମିଳିତ ଭାବେ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଯାହା ଫଳରେ କାହ୍ନୁଙ୍କ ମୁଣ୍ଡ ଫାଟିଯାଇଥିଲା ଓ ତାଙ୍କ ଗୋଡ ମଧ୍ୟ ଭାଙ୍ଗି ଯାଇଥିବା ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଛି। ଆକ୍ରମଣରେ ସଂପୃକ୍ତ ଅଭିଯୁକ୍ତ ଯୁବକମାନେ ଫେରାର ଅଛନ୍ତି। ଶୁଣିବାକୁ ମିଳୁଛି ସେମାନେ ହାଇକୋର୍ଟରୁ ଅନ୍ତରିଣ ଜାମିନ ପାଇଁ ଚେଷ୍ଟାକରୁଛନ୍ତି। ଦେଖିବାକୁ ବାକି ରହିଲା ଅଭିଯୁକ୍ତ ଯୁବକମାନେ ପୋଲିସ ହାତରେ କେବେ ଧରା ଦେଉଛନ୍ତି।