ପୂର୍ବତନ ସେଲସମେନ ସୁବଳଙ୍କପୁନଃନିଯୁକ୍ତିକୁ ବିରୋଧ …
ମାଲକାନଗିରି (ସ.ଖ.ପ୍ର ):ଏମ ଭି -୬୪ ର ସୁବଳ ବର୍ମନ ପୂର୍ବରୁ ଗୁମକା ପଂଚାୟତ ର ସେଲସମେନ ଥିଲେ |ସେଠାରେ ସେ ବିଭିନ୍ନ ଦୁର୍ନୀତିରେ ଜଡିତ ଥିଲେ |ସେହି ଦୁର୍ନୀତି ବିଷୟରେ ଏମ ପି ଭି -୧0ର ସମୀର କୁମାର ବିଶ୍ୱାସ ଆର ଟି ଆଇ ରେ ଡାଟା ମାଗିଥିଲେ |ସେଥିରୁ ସେ ଜାଣିପାରିଲେ ଯେ ସୁବଳ ପ୍ରାୟ ୪00ରୁ ଉର୍ଧ୍ଵ ହିତାଧିକାରୀଙ୍କର ୩ ମାସର ଚାଉଳ ହଡପ କରିଥିଲେ |ସେହି ସମୟରେ ତଦନ୍ତ ପରେ ତାଙ୍କୁ ଚାକିରିରୁ ଅନ୍ତର କରାଯାଇଥିଲା |ଏବେ ପୁଣି ସେହି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିକୁ ପୁଣି ସେହି ଗୁମକା ପଂଚାୟତରେ ପୁନଃନିଯୁକ୍ତିକୁ ବିରୋଧ କରିଛନ୍ତି ଗ୍ରାମବାସୀ |ଗୁମକା ପଂଚାୟତର ସରପଞ୍ଚ ଗଙ୍ଗା ମାଡକାମୀ, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ଦାସ, ଗଣେଶ ସେଠୀ, ମୁକା ସୋଡି, ସମନାଥ ମାଡକାମୀ, ଏରା କବାସୀ, ଜଗା ସମସ୍ତେ ମିଶି କାଲିମେଳା ବି ଡ଼ି ଓ ଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ ସୁବଳକୁ ପୁନଃନିଯୁକ୍ତି ନ ଦେବାକୁ ଜଣାଇଛନ୍ତି |ଦେଖିବାକୁ ବାକିରହିଲା ପ୍ରଶାସନ ଆଗକୁ କଣ ପଦେକ୍ଷପ ନେଉଛି |