02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୂର୍ବତନ ଲ୍ୟାମ୍ପସ ଏମ ଡ଼ି ଶ୍ୟାମ ସୁନ୍ଦର ପଟନାୟକ ଗିରଫ

ମାଲକାନଗିରି : ଖରିଫ ଧାନ ବିକ୍ରି ନିମନ୍ତେ ଗତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଥିଲା |ଏନେଇ କୌଣସି ଚାଷୀ କିମ୍ବା ପ୍ରଶାସନ କିଛି ଟେର ପାଇନଥିଲେ |ମାଟାପକା ପଂଚାୟତର ଚାଷୀ ଯେତେବେଳେ ମଣ୍ଡିକୁ ଧାନ ନେଇ ପହଂଚିଥିଲେ ସେତେବେଳେ ଏହି କଳା କାରନାମା ପଦାକୁ ଆସିଥିଲା |କାରଣ ପ୍ରକୃତ ଚାଷୀ ନାମରେ ଭୂତ ଚାଷୀମାନେ ଧାନ ବିକ୍ରି କରି ସାରିଥିଲେ |ତେଣୁ ପ୍ରକୃତ ଚାଷୀଙ୍କ ଠାରୁ ଆଉ ଧାନ କିଣାଯାଇପାରିବନି ବୋଲି ତାଙ୍କୁ କୁହାଗଲା |ସେଠାରୁ ନିରାଶ ହୋଇ ଚାଷୀମାନେ ଏହି ଦୁର୍ନୀତି ବିରୋଧରେ ମାଲକାନଗିରି ଥାନାରେ ଲିଖିତ ଆକାରରେ ଜଣାଇଥିଲେ |ଥାନାଧିକାରୀ ରାମ ପ୍ରସାଦ ନାୟକ ଏହାର ତଦନ୍ତ କରି ଏଥିରେ ଶିଖପାଲ୍ଲୀ ଲ୍ୟାମ୍ପସ ଏମ ଡ଼ି ଶ୍ୟାମ ସୁନ୍ଦର ପଟନାୟକ ଓ ଆଉ କେତେ ଜଣଙ୍କ ଏଥିରେ ସମ୍ପୃକ୍ତି ଥିବା ଜାଣିବାକୁ ପାଇଲାପରେଏମ ଡ଼ି ପଟନାୟକଙ୍କୁ ଗିରଫ କରିଛନ୍ତି ଏବଂ ଅନ୍ୟ ମାନଙ୍କୁ ଯଥାଶୀଘ୍ର ଧରାଯିବ ବୋଲି ସେ ଜଣାଇଛନ୍ତି |ଖବରନେବାରୁ, ଜଣାପଡୁଛି ଯେ ଜିଲ୍ଲାର ବିଭିନ୍ନ ଲ୍ୟାମ୍ପସରେ ଏପରି ଦୁର୍ନୀତି ହେଉଛି |ତେଣୁ ପ୍ରଶାସନ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡିତ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *