ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଫଳ ବଣ୍ଟନ
ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନରେ ରାୟଗଡା ଜ଼ିଲ୍ଲା ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ଏଥିରେ ନବ ନିଯୁକ୍ତ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ରୋଜଦ ମାଦଳ, ପୂର୍ବତନ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ଲକ୍ଷଣ ପଲେଇ, ଶ୍ୟାମ ଦାଶ, ହଳଧର ମିଶ୍ର, ମହିଳା ମୋର୍ଚା ମଇନା ଆଚାର୍ଯ,u ରଞ୍ଜନା ପାଣ୍ଡେ, ସୁଜେତା , ଅର୍ଚନା ବର୍ମା, ଗୀତା, ରୂପା ଜିଲ୍ଲା ପରିଷଦ ସାରଦା ସେନାପତି, ବୃନ୍ଦାବନ ସେନାପତି ଯୋଗ ଦେଇଥିଲେ। ଫଳବଣ୍ଟନ ପରେ ଗତକାଲି ଏକ ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଜ଼ିଲାପରିଷଦ ଅଧକ୍ଷଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିଲେ। ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ପୂର୍ବତନ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ମହିଳା ବିଜେପି ନେତ୍ରୀ ମଇନା ଆଚାର୍ଯ୍ୟ ଓ ଅନ୍ୟ ମାନେ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଥିଲେ।