ପୂର୍ବତନ ଅର୍ଥମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପୁର ୧୫/୧୧(ସଖପ୍ର): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜନ୍ମିତ ପୂର୍ବତନ ଅର୍ଥମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ସକାଳେ ରଘୁନାଥ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ପାୱାର ହାଉସ ଛକରେ ଥିବା ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ଆଇନ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଜଗନ୍ନାଥ ମିଶ୍ର, ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ମଦନମୋହନ ନାୟକ, ଜିଲ୍ଲା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶଙ୍କର ସ୍ଥାହୁ, ବିନୋଦ ମହାପାତ୍ର, ପୂଜ୍ୟପୂଜା ଉପଦେଷ୍ଟା କେଦାର ବେହେରା, ନାରାୟଣ ସାଗର, ବୈରାଗୀଚରଣ ସାହୁ, ଜୟପୁର ସାହିତ୍ୟପରିଷଦ ସଭାପତି ହରିହର କରସୁଧାପଟ୍ଟନାୟକ, ସମ୍ପାଦକ ଚନ୍ଦ୍ରକାନ୍ତ ସୁତାର, ପ୍ରଶାନ୍ତ ମିଶ୍ର, ଭେଙ୍କଟରାଓ ପଟ୍ଟନାୟକ, ନିଶାନ ପଟ୍ଟନାୟକ, ନବୀନ ମାଦଳା, ଅଧିବକ୍ତା ଶିଶିର ମିଶ୍ର, ବାଲ୍ୟକୃଷ୍ଣ ପଟ୍ଟନାୟକ, ପ୍ରହ୍ଲାଦ ପାତ୍ର, ବେବି ପାତ୍ର, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ | ଏଥିରେ ପୁଅ ବିରେନ, ଧିରେନ, ବୋହୂ ସଂଘମିତ୍ରା, ସାଗରିକା, ନାତି ଅପୁଲ ଓ ପୀୟୂଷ ଉପସ୍ଥିତ ଥିଲେ | ସେହିପରି କଂଗ୍ରେସ ଭବନରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ରାମ ନାୟକ, କୃଷ୍ଣ ନେପାକ, କାନ୍ତ ପାଢ଼ୀଙ୍କ ସମେତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ସାମିଲ ହୋଇଥିଲେ | ସଂନ୍ଧ୍ୟାରେ ଉତ୍କଳ ସମ୍ମିଳନୀ ପକ୍ଷରୁ କୋରାପୁଟ ଜିଲ୍ଲାର ଗୌରବ ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଥିଲା | ସଭାପତି ମଦନମୋହନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସୂର୍ଯ୍ୟନାରାୟଣ ରଥ ମୁଖ୍ୟ ଅତିଥି, ଡ. ସୁରେଶଚନ୍ଦ୍ର ଦାଶ ମୁଖ୍ୟବକ୍ତା, ହରିହର କରସୁଧାପଟ୍ଟନାୟକ, ବିରେନମୋହନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ| ପରମେଶ୍ଵର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରଫୁଲ ଦାଶ, ବାଲା ରାୟ, ସଂଘମିତ୍ରା ପଟ୍ଟନାୟକ, ସାଗରିକା ପଟ୍ଟନାୟକ, ଗୀତାଞ୍ଜଳି ପାଢ଼ୀ, ପ୍ରହ୍ଲାଦ ପାତ୍ର, ରାମ ନାୟକ, ଅନୀଲ ପଟ୍ଟନାୟକ, ନାରାୟଣ ସାଗର, ବସନ୍ତ ପାତ୍ର, କୈଳାସଚନ୍ଦ୍ର ବିଶୋଇ, ଦୁର୍ଗାଶଙ୍କର ସାହୁ, ଗୁପ୍ତପ୍ରସାଦ ପାତ୍ର, ପୀୟୂଷ ପଟ୍ଟନାୟକ, ଚନ୍ଦ୍ରମଣି ବାରିକ, ନବୀନ ମାଦଳା, ଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରଘୁନାଥ ପଟ୍ଟନାୟକ ଜୟପୁରୁ ବିଧାନ ସଭାରେ ୬ଥର ପ୍ରତିନିଧିତ୍ବ କରିବା ସହ ଅର୍ଥମନ୍ତ୍ରୀ, ଆଇନମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ସମ୍ପନ୍ନ କରିଥିଲେ। କୋଲାବ ବହୁମୁଖୀ ପ୍ରକଳ୍ପ, ମହିଳା ମହାବିଦ୍ୟାଳୟ, ଆଇନ ମହାବିଦ୍ୟାଳୟ ଭଳି ଅନେକ କୀର୍ତ୍ତି ପାଇଁ ସବୁବେଳେ ମନେ ରହିବେ ବୋଲି ଅତିଥିମାନେ ମତ ଦେଇଥିଲେ | ଶେଷରେ ଧିରେନମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
