01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଲିସ୍ ମହାନିର୍ଦ୍ଦେଶକଙ୍କ କୋରାପୁଟ ଜିଲ୍ଲା ଗସ୍ତ


କୋରାପୁଟଜିଲ୍ଲା(ସଖପ୍ର): ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ଗସ୍ତ କରି ନକ୍ସଲ ଦମନ, ଚୋରା ଗଞ୍ଜେଇ ଚାଲାଣ ଓ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। ପୁଲିସର ନକ୍ସଲ ବିରୋଧୀ ଅଭିଯାନ ଯୋଗୁ କୋରାପୁଟ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ହ୍ରାସ ପାଇଥିବା ଅଭୟ ସୂଚନା ଦେଇଥିଲେ। ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ବିରୁଦ୍ଧରେ କୋରାପୁଟ ପୁଲିସର ସଫଳତାକୁ ପ୍ରଶଂସା କରିଥିଲେ। ବର୍ଷକ ମଧ୍ୟରେ କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନେତୃତ୍ୱରେ ଜିଲ୍ଲାରେ ୪୦ ହଜାର କିଲୋଗ୍ରାମ୍ ଗଞ୍ଜେଇ ଏବଂ ୬୦ ଲକ୍ଷ ଟଙ୍କା ଜବତ କରିବା ସହ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟରୁ ୮୩ ଲକ୍ଷ ଟଙ୍କା ଜବତ କରାଯାଇଥିବା ଡିଜିପି ସୂଚନା ଦେଇଥିଲେ। ଏହି ଅବସରରେ ଅଭୟ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପୁଲିସ ଅଧିକାରୀ ଅମିତାଭ ଠାକୁର, ଆର.କେ.ଶର୍ମା, ଅନିରୁଦ୍ଧ ସିଂ, ବିଏସଏଫ, କୋବ୍ରାର ଅଧିକାରୀଙ୍କ ସହ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଷେଫିନ ଅହମ୍ମଦ, କୋରାପୁଟ ଏସପି ମୁକେଶ କୁମାର ଭାମୁ ଓ ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *