November 18, 2025

Sabubarga Khabar

All category news

ପୁଲିସ୍ ପକ୍ଷରୁ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ

ଜୟପୁର: ଜୟପୁର ଟାଉନ ପୁଲିସ ପକ୍ଷରୁ ଥାନା ପରିସରରେ ସାଇବର ସୁରକ୍ଷା ସମ୍ପର୍କିତ ସେଲଫି ପଏଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏସଡିପିଓ ପାର୍ଥ କଶ୍ୟପ ମୁଖ୍ୟଅତିଥି ଭାବେ ଯୋଗଦେଇ ସେଲଫି ପଏଣ୍ଟର ଉଦ୍‌ଘାଟନ କରିଥିଲେ | ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଅତି ଗୁରୁତ୍ବପୂର୍ଣ, ଏହା କେବଳ ସରକାର କିମ୍ବା ପୁଲିସର ଦାୟିତ୍ଵ ନୁହେଁ ପ୍ରତ୍ୟେକ ନାଗରିକ ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଶ୍ରୀ କଶ୍ୟପ କହିଥିଲେ | ସାଇବର ଅପରାଧୀମାନେ ବିଭିନ୍ନ ନୂତନ ଉପାୟରେ ଲୋକଙ୍କୁ ଠକୁଥିବାରୁ ବ୍ୟାଙ୍କଖାତା, ଆଧାର ନମ୍ବର., ଓଟିପି, ପାସୱାର୍ଡ ଆଦି ଗୁପ୍ତତଥ୍ୟ କାହାକୁ ମଧ୍ୟ ଦେବା ଉଚିତ ନୁହେଁ ବୋଲି କହିଥିଲେ |

ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସାଇବର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ | ଆସନ୍ତା ୨ତାରିଖରେ ସାଇବର ସୁରକ୍ଷା ରଥ ଜୟପୁରରେ ପହଁଚିବା ପରେ ସ୍ବାଗତ କରାଯାଇ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପଡିଆରେ ରଖାଯିବ। ମହିଳା, ବରିଷ୍ଠ ନାଗରିକ, ପୁରଷ ୩ବର୍ଗ ମଧ୍ୟରେ ୫କିଲୋମିଟର ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ରଥପଡିଆଠାରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ସୁରକ୍ଷା ସଚେତନତା ବାର୍ତା ଦିଆଯିବ। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଆଜିର କାର୍ଯ୍ୟକ୍ରମରେ ର‌ୟାଲ ଜୁନିଅର କଲେଜର ଛାତ୍ରଛାତ୍ରୀଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.